Odia News Portal

ପୁଣି ଅଲୋଡା ଶିଶୁକନ୍ୟା

ଖୋର୍ଦ୍ଧା : ପୁଣି ଅଲୋଡା ଶିଶୁକନ୍ୟା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଏକତାଳ ପୋଖରୀ ନିକଟରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ବିଲକୁ କାମ କରିବା ପାଇଁ ଯାଉଥିବାବେଳେ ଶିଶୁକନ୍ୟାଟିକୁ ଦେଖିଥିଲେ ।

ପରେ ଶିଶୁକନ୍ୟାଟିକୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ଶିଶୁଟିର ଅବସ୍ଥା ଭଲ ଥିବା ଜଣାପଡିଛି।