Odia News Portal

ସିଲ୍ ହେଲା ୟୁନିଟ୍ -୪ ମାର୍କେଟ୍

ଭୁବନେଶ୍ବର : ସିଲ୍ ହେଲା ୟୁନିଟ୍ -୪ ମାର୍କେଟ୍। ୟୁନିଟ୍-୪ ଅଞ୍ଚଳରୁ କେତେକ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମାର୍କେଟକୁ ସିଲ୍ କରାଯାଇଛି । ଏହାଛଡା ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଦୋକାନ ମଧ୍ୟ ବନ୍ଦ ରହିବ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସିଲ୍  କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଏପଟେ ଆଜି ରାତି ୯ଟାରୁ ରାଉରକେଲା ମହାନଗର ସମେତ ୪ଟି ଜିଲ୍ଲାକୁ ଲକ୍‌ଡାଉନଟ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ବରରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ବିଏମ୍‌ସି ଗୋଟେ ପରେ ଗୋଟେ କଡ଼ା ନିଷ୍ପତ୍ତି ନେଉଛନ୍ତି।