Odia News Portal

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ରଣହୁଙ୍କାର

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ରଣହୁଙ୍କାର। କେହି ବି ବିଶ୍ୱର ଶକ୍ତି ଆମକୁ ନାଲି ଆଖି ଦେଖାଇବା ସହ ଆମର ଇଞ୍ଚେ ବି ଜାଗା ନେଇପାରିବ ନାହିଁ । ଭାରତ କେବେ କାହାକୁ ଆକ୍ରମଣ କରିନି କି କେଉଁ ଦେଶର ଜମିକୁ କବଜା କରିନାହିଁ । ଚୀନ୍‌ ସହ ଜାରି ସୀମା ବିବାଦ ମଧ୍ୟରେ  ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂହ ଆଜି ଲଦ୍ଦାଖରେ ପହଞ୍ଚିଛନ୍ତି। ଆଉ ଯବାନ ମାନଙ୍କୁ ଗହଣରେ ଥାଇ ଏଭଳି ସାହସିକତା ବାର୍ତ୍ତା ଦେଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଏହି  ସମୟରେ ପ୍ରମୁଖ  ପ୍ରତିରକ୍ଷା ଅଧ୍ୟକ୍ଷ ଜେନେରାଲ  ବିପିନ ରାୱତ ଓ ସେନା ପ୍ରମୁଖ ଜେନେରାଲ ଏମ୍‌ଏମ୍‌ ନରବଣେ ମଧ୍ୟ ତାଙ୍କ ସାଥିରେ ଥିଲେ। ରାଜନାଥ ସିଂହ ଲୁକାଙ୍ଗରେ ସୈନିକଙ୍କ ସହ , ଚିଫ୍‌ ଅଫ୍‌ ଡିଫେନ୍ସ  ଷ୍ଟାଫ୍‌ ଜେନେରାଲ ବିପିନ ରାୱତ ଓ ସେନା ପ୍ରମୁଖ ଜେନେରାଲ ଏମଏମ ନରବଣେଙ୍କ ସହ କଥାବାର୍ତ୍ତା କରିଥିଲେ ।

ଏହି ସମୟରେ ସେ କହିଥିଲେ, ସୀମା ବିବାଦକୁ ସମାଧାନ କରିବା ପାଇଁ କଥାବାର୍ତ୍ତା ଚାଲିଛି। କିନ୍ତୁ ଏହି ମାମଲା ସୀମା ଭିତରେ ହି ରହି ପାରିବ। ଏହାର ମୁଁ ଗ୍ୟାରେଣ୍ଟି ଦେଉଛି। କିନ୍ତୁ ଏତିକି ମୁଁ ନିଶ୍ଚିତ ଭାବେ କହି ପାରିବି ଯେ , ଭାରତର ଏକ ଇଞ୍ଚ ଜାଗା ଦୁନିଆର କୌଣସି ଶକ୍ତି ଛୁଇଁ ପାରିବ ନାହିଁ । ଏହାକୁ କେହି କବଜା କରିପାରିବେ ନାହିଁ । ଯଦି କଥାବାର୍ତ୍ତାରେ ସମାଧାନ ହୋଇଯାଏ ତ ଏହାଠାରୁ ଭଲ ଆଉ କିଛି ନାହିଁ ।

ରାଜନାଥ ସିଂହ କହିଛନ୍ତି ,  ଆଜି ସକାଳେ  ଲଦ୍ଦାଖରେ ସୀମାବର୍ତ୍ତୀ  ଅଞ୍ଚଳ ବୁଲିଥିଲେ ଏବଂ ଲୁକାଙ୍ଗ ଚୌକ ଯାଇ ଭାରତୀୟ ସେନାର ଯବାନ ଓ ଅଧିକାରୀଙ୍କୁ ଭେଟିବା ସହ ତାଙ୍କ ସହ କଥାବାର୍ତ୍ତାର ସମୟ ମିଳିଲା । ଏହ ସହ ମଧ୍ୟ କହିଥିଲେ , ଆଜି ପରସ୍ପର ଭିତରେ  ମିଶି  ମୋତେ  ଖୁସି ଲାଗୁଛି ।  ଆଉ ମନରେ ମଧ୍ୟ ଏକ କଷ୍ଟ ରହିଛି ,  ନିକଟରେ ଭାରତ ଓ ଚୀନ୍‌ ସୈନିକଙ୍କ ମଧ୍ୟରେ ଯାହା ବି କିଛି ହେଲା , ଏଥିରେ ଆମର କିଛି ଯବାନ  ନିଜର ବଳିଦାନ ଦେଇ ନିଜ ସୀମାର ରକ୍ଷା କଲେ । ତାଙ୍କୁ ହରାଇବାର ଦୁଃଖ ଓ ପରସ୍ପର ଭିତରେ ଭେଟିବାର ଖୁସିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି  ଅର୍ପଣ କରୁଛି ।