ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାତିସଂଘ ଅଧିବେଶନକୁ ସମ୍ବୋଧନ କରିଛନ୍ତି । ପିଏମ୍ କହିଛନ୍ତି କି ଭାରତ ଦ୍ୱିତୀୟ ବିଶ୍ୱ ଯୁଦ୍ଧର ତୁରନ୍ତ ପରେ ଜାତିସଂଘର ୫୦ ସଂସ୍ଥାପକ ସଦସ୍ୟ ମଧ୍ୟରୁ ଗୋଟିଏ ଥିଲା । ସେବେଠୁ ଆଜି ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ଆସିଛି । ଆଜି ସଂଯୁକ୍ତ ରାଷ୍ଟ୍ର ୧୯୩ ସଦସ୍ୟଙ୍କ ଦେଶଙ୍କୁ ଏକାଠି କରିଛି ।
ପିଏମ୍ କହିଛନ୍ତି । ଭାରତ ସଂଯୁକ୍ତ ରାଷ୍ଟ୍ରର ବିକାଶ କାର୍ଯ୍ୟ ଓ ECOSOC କୁ ସକ୍ରିୟ ସମର୍ଥନ କରିଛି । ECOSOC ର ପ୍ରଥମ ଅଧ୍ଯକ୍ଷ ଜଣେ ଭାରତୀୟ ଥିଲେ । ECOSOCର ଏଜେଣ୍ଡାକୁ ଆକାର ଦେବା ପାଇଁ ଭାରତ ମଧ୍ୟ ଯୋଗଦାନ କରିଥିଲା ।
ଆଜି ନିଜ ଘରୋଇ ଚେଷ୍ଟାରେ ଆମେ ସତତ ବିକାଶ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଏକ ପ୍ରମୁଖ ଭୂମିକାର ଗ୍ରହଣ କରିଛୁ ଏବଂ ଏଜେଣ୍ଡା ୨୦୩୦ରେ ନିଜ ଯୋଗଦାନ ଦେଉଛୁ । ଆମେ ଅନ୍ୟ ବିକାଶଶୀଳ ଦେଶମାନଙ୍କୁ ମଧ୍ୟ ସେମାନଙ୍କ ବିକାଶ ଲକ୍ଷ୍ୟ ପୂରା କରିବାରେ ସାହାଯ୍ୟ କରୁଛୁ ।
ବୈଦେଶିକ ମନ୍ତ୍ରାଳୟ କହିଛି କି ସଂଯୁକ୍ତ ରାଷ୍ଟରର ୭୫ ତମ ସ୍ଥାପନା ଦିବସ ଅବସରରେ ଆର୍ଥିକ ଏବଂ ସାମାଜିକ ପରିଷଦର ଉଚ୍ଚ ସ୍ତରୀୟ ଅଧିବେଶନର ବିଷୟ କୋଭିଡ୍ ୧୯ ପରେ ବହୁପକ୍ଷୀୟତା ଯାହା ସୁରକ୍ଷ ପରିଷଦକୁ ନେଇ ଭାରତର ପ୍ରାଥମିକତାକୁ ଦର୍ଶାଇଥାଏ ।