Odia News Portal

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର

ଭଦ୍ରକ : ଅଗ୍ନିକାଣ୍ଡରେ ଜଳିଗଲା ଛଅ ବଖରା ଘର । ଏହି ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଅସୁରଳି ଗ୍ରାମ ପଞ୍ଚାୟତର ତୋରାବନ୍ତିଆ ଗ୍ରାମରେ । ସେହି ଗ୍ରାମର ବିନୋଦ ବିହାରୀ ସାହୁ, ପ୍ରଭାତ ସାହୁ, ରାଜେନ୍ଦ୍ର କୁମାର ସାହୁ, ସୁନାକର ସାହୁ, ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁଙ୍କର ଛଅ ବଖରା ଘର ସମ୍ପୂର୍ଣ ଜଳି ନଷ୍ଟ ହୋଇଯାଇଛି ।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭:୩୦ ଟା ସମୟରେ ଅଗ୍ନିକାଣ୍ଡଟି ଘଟିଛି ଘରେ ଗ୍ୟାସରେ ରୋଷଇ କରୁଥିବା ସମୟରେ କୌଣସି କାରଣ ବଶତଃ ଗ୍ୟାସ ଲିକ ହେବା କାରଣରୁ ଏହି ଅଗ୍ନିକାଣ୍ଡଟି ଘଟିଥିବାର ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାପତ୍ର ସହିତ ଛଅ ବଖରା ଘର ଜଳି ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି । ଖବରପାଇ ଧାମନଗର ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଛନ୍ତି ।