ପୁରୀ : ଶ୍ରୀମନ୍ଦିରର ସେବାୟତ ଓ ତାଙ୍କ ପରିବାରକୁ ଦ୍ବିତୀୟ ପର୍ଯ୍ୟାୟରେ ହୋମିଓପାଥିକ ଔଷଧ ପ୍ରଦାନ କରାଯାଇଛି । ମହାମାରୀ କରୋନା ସମୟରେ ସେବାୟତଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ଉଦ୍ଦେଶ୍ୟରେ ଏହି ହୋମିଓପାଥିକ ଔଷଧ ସେବାୟତଙ୍କୁ ପ୍ରଦାନ କରାଯାଇଛି । ୫ ହଜାରରୁ ଅଧିକ ସେବାୟତଙ୍କ ପରିବାରକୁ ଔଷଧ ପ୍ରଦାନ କରାଯାଇଥିଲା । ପୂର୍ବରୁ ଏହି ସଂସ୍ଥା ପକ୍ଷରୁ ଜୁନ ୯ ରୁ ୧୩ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟରେ ଏକ ସ୍ବତନ୍ତ୍ର କ୍ୟାମ୍ପ ଅନୁଷ୍ଠିତ କରାଯାଇ ଔଷଧ ବଣ୍ଟନ କରାଯାଇଥିଲା ।
ଏଥି ସହିତ ପୁରୀ ଜିଲ୍ଲାରେ ଶୁକ୍ରବାର ଦିନ ୯ ଜଣ କରୋନା ପଜିଟିଭ ଥିବା ବେଳେ ପୁରୀ ସହରରୁ ୫ ଜଣ, ସଦର ବ୍ଲକ, ନିମାପଡା ବ୍ଲକ, ଅସ୍ତରଙ୍ଗ ବ୍ଲକ ଓ କୃଷ୍ଣପ୍ରସାଦରୁ ଜଣେ ଲେଖାଏ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ସୁଦ୍ଧା ପୁରୀରେ ୩୯୨ କରୋନା ପଜିଟିଭ୍ ହୋଇଛନ୍ତି।