Odia News Portal

ଆଜି ସର୍ବାଧିକ ୬୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ଵର :  ରାଜ୍ୟ ପାଇଁ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି ସର୍ବାଧିକ ୬୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୨୭୯ ଜଣ, ଯାଜପୁରର ୮୪, ଖୋର୍ଦ୍ଧାର ୫୦, କଟକର ୪୨,କେନ୍ଦୁଝରର ୨୩, ମାଲକାନଗିରିର ୨୧, ପୁରୀର ୧୫,ସୁନ୍ଦରଗଡର ୧୫,ମୟୂରଭଞ୍ଜର ୧୨, ବରଗଡର ୧୧, କୋରାପୁଟର ୯, କନ୍ଧମାଳର ୮, ଜଗତସିଂହପୁରର ୭, ଅନୁଗୁଳ ବାଲେଶ୍ବର  ଓ ନବରଙ୍ଗପୁରରୁ ୬ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ଏହା ସହିତ ଭଦ୍ରକର ୫, ଗଜପତିର ୩,କେନ୍ଦ୍ରାପଡାର, ସମ୍ବଲପୁରର ୨ ଲଖାଏଁ ଓ ଢେଙ୍କାନାଳରୁ ଜଣେ କରୋନାରୁ ଆରୋଗ୍ୟ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୧ ହଜାର ୯୩୮କୁ ବୃଦ୍ଧି ପାଇଛି । ମୋଟ୍‌ ୭୧ ଦଶମିକ ୪୮ ପ୍ରତିଶତ ଭୂତାଣୁ ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି । ରାଜ୍ୟରେ ୪ ହଜାର ୬୫୧କୁ ଖସିଛି ଆକ୍ଟିଭ୍‌ କେସ୍‌ ।