ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବାବା ଅମରନାଥଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀ ସିଂହ ମନ୍ଦିର ପରିସରରେ ପ୍ରାୟ ଏକ ଘଣ୍ଟା ସମୟ ବିତାଇଥିଲେ। ଅମରନାଥ ଗୁମ୍ଫାକୁ ହିନ୍ଦୁ ଧର୍ମର ପବିତ୍ର ଧର୍ମସ୍ଥଳ ବୋଲି ବିବେଚନା କରାଯାଏ।
ଏଣୁ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଏଠାକୁ ଯାତ୍ରା କରି ବାବା ବର୍ଫାନୀଙ୍କ ଦର୍ଶନ କରିଥାନ୍ତି। ମାତ୍ର ଚଳିତବର୍ଷ କରୋନା ଯୋଗୁ ଅମରନାଥ ଯାତ୍ରା ବନ୍ଦ ରହିଛି। ସୂଚନାଯୋଗ୍ୟ ଯେ ରାଜନାଥ ସିଂହ ଆଜି ଜମ୍ମୁ କଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ବାବାଙ୍କ ଦର୍ଶନ କରିଛନ୍ତି।
ରିପୋର୍ଟ ମୁତାବକ ପ୍ରତିରକ୍ଷା ମନ୍ତ୍ରୀ ଶୁକ୍ରବାର ଜମ୍ମୁ କଶ୍ମୀରର ମୁଖ୍ୟ ସେନା ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥା ବିଷୟରେ ସମୀକ୍ଷା କରିଥିଲେ। ପାକିସ୍ତାନ ସେନାର ପ୍ରତ୍ୟେକ ଭୁଲ କାମର ମୁହଁତୋଡ଼ ଜବାବ ଦେବାକୁ ସେ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ସଶସ୍ତ୍ର ବାହିନୀକୁ ନିୟନ୍ତ୍ରଣ ରେଖା ଉପରେ କଡ଼ା ନଜର ରଖିବାକୁ କହିଛନ୍ତି।