Odia News Portal

ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ

ବାଲେଶ୍ବର : ବାଲେଶ୍ଵର କୋଭିଡ ହସ୍ପିଟାଲରେ ଠିକା ନର୍ସମାନଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ସହ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ । ଫଳରେ ଆଜି ନର୍ସମାନେ ହସ୍ପିଟାଲରେ ଆଗରେ ଧାରଣା ଦେଇଥିବା ସାମ୍ନା କୁ ଆସିଛି । ବାଲେଶ୍ଵର ଜିଲ୍ଲା କୁରୁଡ଼ା ନିକଟରେ ଥିବା ଜ୍ୟୋତି କୋଭିଡ ହସ୍ପିଟାଲ ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ କୋଭିଡ ହସ୍ପିଟାଲରେ ଏବେ ଠିକା ନର୍ସମାନେ କାର୍ଯ୍ୟ କରୁଥିବା ବେଳେ ହସ୍ପିଟାଲରେ ମ୍ୟାନେଜର ନର୍ସମାନଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ଦେବା ସହ ରାତି ଅଧରେ ଏକୁଟିଆ ରୁମକୁ ଡାକୁଥିବା ନର୍ସମାନେ ଅଭିଯୋଗ କରିଛନ୍ତି।

ଏହାସହ ସମ୍ପୃକ୍ତ ମ୍ୟାନେଜର ନର୍ସମାନଙ୍କ ନମ୍ବରରେ ଦ୍ଵିଅର୍ଥବୋଧକ ମେସେଜ ପଠାଉଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ନର୍ସମନେ ଘଟଣା କୁ ନେଇ ବାରମ୍ବାର ହସ୍ପିଟାଲ କର୍ତୁପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସଂପୃକ୍ତ ମ୍ୟାନେଜରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେବା ଓ ଆଜି ଉକ୍ତ ମ୍ୟାନେଜରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବିକରି ନର୍ସମାନେ ହସ୍ପିଟାଲ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି। ଦୀର୍ଘସମୟ ଯାଏ ସେମାନଙ୍କ ପାଖରେ କେହି ପହଞ୍ଚି ନଥିବା ବେଳେ ବିଳମ୍ବିତ ରାତି ଯାଏ ନର୍ସମାନେ ଧାରଣା ଦେଇଥିଲେ। ପରେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।