ସୋର : ସୋର ବ୍ଲକ୍ ଅନ୍ତର୍ଗତ ସୁଜନପୁର ଗ୍ରାମରୁ ଶନିବାର ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଛି । ଗ୍ରାମର ବାସୁଦେବ ମହାପାତ୍ର ବିଲରେ କାମ କରୁଥିବା ବେଳେ ଏହି କଇଁଛକୁ ସେ ପାଇଥିଲେ ।
ଏହାର ରଙ୍ଗ ହଳଦିଆ ହୋଇଥିବା ବେଳେ କଇଁଛଟିର ଓଜନ ପ୍ରାୟ ୨ ଶହ ଗ୍ରାମ ହେବ । ଆଜି ଏହାକୁ ବନବିଭାଗକୁ ହସ୍ତାନ୍ତର କରିବେ ବୋଲି ବାସୁଦେବ ସୂଚନା ଦେଇଛନ୍ତି ।