ଭୁବନେଶ୍ବର : ଓଡିଶାରେ ଆଜି ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୧ କୁ ବୃଦ୍ଧି ପାଇଛି। ଏଥିସହିତ ଓଡିଶାରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧୭ହଜାର ୪୩୭କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟ୍ ସୂଚନା ଦିଆଯାଇଛି। ୫ଜଣ ମୃତକ ମଧ୍ୟରୁ ଗଞ୍ଜାମରୁ ୩ ଜଣ ହୋଇଥିବା ବେଳେ ଜଗତସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୁଣ୍ଡ ନେଇଛି କରୋନା।
ଆଜି କରୋନାରେ ମୃତ୍ୟୁ ଘଟିଥିବା ୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷୀୟା ମହିଳାଙ୍କ କରୋନାରେ ମୃତ ଘଟିଛି। ସେହିଭଳି ଗଞ୍ଜାମର ୩୯ ଓ ୪୪ ବର୍ଷୀୟ ୨ଜଣ ପୁରୁଷ ଆକ୍ରାନ୍ତ ମଧ୍ୟ ମୃତ୍ୟୁ ହୋଇଛି । ୩୯ ବର୍ଷୀୟ ପୁରୁଷ ରୋଗୀ ମଧୁମେହ ରୋଗରେ ମଧ୍ୟ ପୀଡ଼ିତ ଥିଲେ। ଜଗତସିଂହପୁରର ଜଣେ ୬୭ ବର୍ଷୀୟ ମଧୁମେହ ରୋଗୀ ପୀଡିତ ଥିବା ରୋଗୀଙ୍କ କରୋନାରେ ମୃତ୍ୟୁ ଘଟିଛି। ସେହିପରି ସୁନ୍ଦରଗଡ଼ର ଜିଲ୍ଲାରୁ ଜଣେ ୬୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି । ସଂପୃକ୍ତ ମହିଳା ମଧୁମେହ ଓ ଶ୍ବାସନଳୀ ପ୍ରଦାହ ରୋଗରେ ମଧ୍ୟ ପୀଡ଼ିତ ଥିଲେ।