Odia News Portal

ପକ୍ଷୀ ଶିକାର କରି ବନ୍ଧା ହେଲେ ଦୁଇ

ଢେଙ୍କାନାଳ : ଏବେ ଅନେକ ସଚେତନା କରିବା ପରେ ବି କିଛି ଲୋକ ସୁଧୁରୁ ନାହାନ୍ତି । ବିଲୁପ୍ତ ପ୍ରଜାତିର ପକ୍ଷୀମାନଙ୍କୁ ସେମାନେ ଶିକାର କରୁଛନ୍ତି । ଢେଙ୍କାନାଳରେ ଏପରି ପାଣି କୁଆଙ୍କୁ ଶିକାର କରୁଥିବା ବେଳେ ବନାଞ୍ଚଳ କର୍ମଚାରୀ ୨ ଜଣ ଶିକାରିଙ୍କୁ ଗିରଫ କରିଛନ୍ତି। ଏହି ଶିକାରିମାନେ ସଂରକ୍ଷିତ ପ୍ରଜାତିର ଗେଣ୍ଡାଳିଆ ଏବଂ ପାଣୁ କୁଆ ଜବତ କରାଯାଇଛି ।

ପକ୍ଷୀ ଶିକାର ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । କୌଣସି ସୁତ୍ରରୁ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଚଢଉ କରିଥିଲେ । ଢେଙ୍କାନାଳ ସଦର ବନାଞ୍ଚଳ କର୍ମଚାରୀମାନେ ତାଳ ବରକୋଟ ଗ୍ରାମର ବିଲ ମାଳରେ ଚଢ଼ାଉ କରି ଦୁଇଜଣ ପକ୍ଷୀ ଶିକାରୀଙ୍କୁ ଗିରଫ କରିଛନ୍ତି । ତାଙ୍କଠାରୁ ଶିକାର କରିଥିବା ଦୁଇଟି ମୃତ ଗେଣ୍ଡାଳିଆ ଓ ଗୋଟିଏ ପାଣିକୁଆ ସହ ଏକ ଛୁରୀ ଓ ଗୋଟିଏ ଟିଭିଏସ ଏକ୍ସଏଲ୍‌ ଗାଡି ଜବତ କରିଛନ୍ତି ।

ବନକର୍ମଚାରୀଙ୍କୁ ଦେଇ ଅନ୍ୟ ୨ ଶିକାର ବିଲମାଳରେ ଦୌଡି ଫେରାର ହୋଇଯାଇଥିବା ସୂଚନା ମିଳଛି । ଏହି ଦୁଇଜଣ ପକ୍ଷୀ ଶିକାରୀ ଫେରାର ହୋଇ ଯାଇଥିବା ବେଳେ ବନ୍ଧୁକ ଧରି ଖସି ପଳାଇଥିବା ଶିକାରି ତାଳ ବରକୋଟର ସୁଜିତ ଧଳ ବୋଲି ଜଣାପଡିଛି । ତେ ଏମାନେ ରୀତିମତ ପକ୍ଷୀ ଶିକାର କରୁଥିବା ଜଣାପଡିଥିବାବେଳେ ବିଶେଷ ସୂତ୍ରରୁ ଖବରପାଇ ଏହି ଚଢ଼ାଉ କରାଯାଇଥିବା ସଦର ରେଞ୍ଜର ପ୍ରକାଶ କରିଛନ୍ତି ।