ଭୁବନେଶ୍ଵର : ରାଜ୍ୟ ପାଇଁ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି ୫୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯୯ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୮୦, ଯାଜପୁରୁ ୪୦, ସୁନ୍ଦରଗଡ଼ରୁ ୩୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୨୮, କେନ୍ଦୁଝର ୨୦, ଜଗତସିଂହପୁର ଜିଲ୍ଲାରୁ ୧୮, ବାଲେଶ୍ୱର ୧୫, ଝାରସୁଗୁଡ଼ା ଓ ବରଗଡ଼ରୁ ୧୩ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।
ମୋଟ୍ ୧୯ ଜିଲ୍ଲାରୁ ସୁସ୍ଥ ହୋଇଛି ୫୧୫ ଆକ୍ରାନ୍ତ ।ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୨ ହଜାର ୪୫୨କୁ ବୃଦ୍ଧି ପାଇଛି । ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ୭୧ ଦଶମିକ ୪୧ ପ୍ରତିଶତ ସୁସ୍ଥ ହେଲେଣି । ଆକ୍ଟିଭ କେସ୍ ୪ ହଜାର ୮୬୬କୁ ଖସିଛି ।