କାମାକ୍ଷାନଗର : ଢେଙ୍କାନାଳ ଟାଉନ ପୁଲିସ ରାମେଶ୍ୱରପୁର ଅଂଚଳରେ ଚଢ଼ାଉ କରି ୧୪୩ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଜବତ ବ୍ରାଉନ ସୁଗରର ମୂଲ୍ୟ ୧୪ଲକ୍ଷ ୩୦ହଜାର ଟଙ୍କା ହେବ ବୋଲି ଜଣାପଡିଛି । ପୁଲିସ ଏ ସଂକ୍ରାନ୍ତରେ ରାମେଶ୍ବରପୁରର ଗଣେଶ୍ୱର ଖୁଣ୍ଟିଆ ନାମକ ଜଣେ ଯୁବକକୁ ଗିରଫ କରିଛି। ତା ଠାରୁ ପୁଲିସ ୨ଲକ୍ଷ ୨୬ହଜାର ୧୭୫ଟଙ୍କା , ଗୋଟିଏ ଦେଶୀ ପିସ୍ତଲ ଓ ରୟାଲ ଏନଫିଲଡ଼ ବୁଲେଟ ଜବତ କରିଛି ।
ଅପର ପକ୍ଷରେ ଏହି ବ୍ରାଉନ ସୁଗାର ବିକ୍ରି ପାଇଁ ଏକ ଡିଜିଟାଲ ୱେ ମେସିନ ସହ ଆଲୁମିନିୟମ ଫଏଲ ମଧ୍ୟ ପୁଲିସ ଜବତ କରିଛି । ଏହି ବ୍ରାଉନ ସୁଗାର ସବୁ ଖୋର୍ଦ୍ଧା ଓ କୋଲକାତା ଅଂଚଳରୁ ଆସୁଥିବା ବେଳେ ବିଶେଷସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିବା ପ୍ରକାଶ କରିଛନ୍ତି ଢେଙ୍କାନାଳ ଏସପି।