Odia News Portal

ଭାରତ-ନେପାଳ ସୀମାରେ ଗୁଳିକାଣ୍ଡ

ନୂଆଦିଲ୍ଲୀ : ଭାରତ –ନେପାଳ  ସୀମାରେ ପୁଣି ଥରେ ନେପାଳ ପଟରୁ ଫାୟାରିଂ  ଆରମ୍ଭ ହୋଇଛି ।  ଏହି ଘଟଣାରେ ଜଣେ ଭାରତୀୟ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣା ବିହାରରେ ଟେଢ଼ାଗାଛର ଫତେହପୁର ସ୍ଥିତ ଭାରତ-ନେପାଳ ସୀମାରେ ହୋଇଛି । ଏଠାରେ ଶନିବାର ରାତିରେ ନେପାଳ ପୁଲିସ୍‌ ୩ ଜଣ ଭାରତୀୟ ନାଗରିକଙ୍କୁ ଗୁଳି କରିଥିଲେ । ଯେଉଁଥିରେ ଜଣେ ଯୁବକ ଆହତ ହୋଇଥିଲେ । ଆହତ ଯୁବକଙ୍କୁ ଅନନ-ଫାନନରେ  ଚିକିତ୍ସା ପାଇଁ ପ୍ରାଥମିକ  ସ୍ୱାସ୍ଥ୍ୟ କେନ୍ଦ୍ର ଟେଢ଼ାଗାଛ ଅଣାଯାଇଥିଲା ।  ଯାହାପରେ  ଏହାକୁ  ଭଲ ଚିକିତ୍ସା ପାଇଁ ରେଫରଲ ହସ୍ପିଟାଲ ପଠାଇ ଦିଆଯାଇଥିଲା ।

ଆହତ ଯୁବକଙ୍କ ଅବସ୍ଥା  ବହୁତ ଗୁରୁତର ବୋଲି କୁହାଯାଇଛି । ଯୁବକଙ୍କ  ଚିକିତ୍ସା  ପୂର୍ଣ୍ଣିୟାରେ କରାଯାଉଛି ।  ସ୍ଥାନୀୟ ଗ୍ରାମବାସୀ  କହିଛନ୍ତି  ଆହତ ଯୁବକଙ୍କ ନାଁ ଡିତେନ୍ଦ୍ର କୁମାର ସିଂହ (୨୫) ଏବଂ ତାଙ୍କର ଦୁଇ ଜଣ ସାଥି ଅଙ୍କିତ କୁମାର ସିଂହ ଓ ଗୁଲସନ କୁମାର ସିଂହ ପାଖାପାଖି ସମୟ ୭.୩୦ରେ ନିଜ ଗାଈକୁ ଖୋଜିବାକୁ  ଭାରତ-ନେପାଳ ସୀମା ସ୍ଥିତ ମାଫି ଟୋଲା ଓ ମଲ୍ଲାହ ଟୋଲା ଯାଇଥିଲେ ।