Odia News Portal

ପୂର୍ବତନ ଭିଜିଲାନ୍ସ DSPଙ୍କୁ ୫ ଲକ୍ଷ ଜରିମାନା

ଭୁବନେଶ୍ଵର : ପୂର୍ବତନ ଭିଜିଲାନ୍ସ DSP ହିମାଂଶୁ ଶେଖର ମିଶ୍ରଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ନିର୍ଦେଶ ଦେଲେ ରାଜ୍ୟ ମାନବାଧିକାର ଆୟୋଗ । ମିଥ୍ୟା ଲାଞ୍ଚ କାରବାର ଅଭିଯୋଗରେ ଗିରଫ କରାଇଥିବା ଅଭିଯୋଗ ଥିଲା ତାଙ୍କ ନାମରେ  ।

ସୂଚନା ମୁତାବକ ୨୪ ମାର୍ଚ୍ଚ ୨୦୧୭ରେ ମିଥ୍ୟା ଲାଞ୍ଚ କାରବାରରେ ଢେଙ୍କାନାଳ କାମାକ୍ଷାନଗର NACର JEଙ୍କୁ ଗିରଫ କରି JEଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଥିଲେ ହିମାଂଶୁ। ଏହି ଗିରଫଦାରି ବିରୋଧ କରି OHRC ଯାଇଥିଲେ JE ରାଜେନ୍ଦ୍ର ପ୍ରସାଦ ମିଶ୍ର। ଆଜି ଶ୍ରୀଯୁକ୍ତ ମିଶ୍ରଙ୍କ  ମମଲାର ବିଚାର କରି OHRC  ଏହି ରାୟ ଦେଇଛନ୍ତି।