Odia News Portal

ଅସହାୟ ବାସହୀନ ଦୁଇ ପରିବାର ନିକଟରେ ପହଁଚିଲା ସମର୍ପିତ ଓଡିଶା

ଭୁବନେଶ୍ଵର : ଦୁଇଟି ଅସହାୟ ବାସହୀନ ପରିବାର ସେଥିରେ ପୁଣି କୁନି କୁନି ତିନିଟି ଛୁଆ। ଦେଢ଼ମାସ ହେଲା ପେଟଭରି ଖାଇବାକୁ ପାଇନାହାନ୍ତି କି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ, କ୍ୟାପିଟାଲ ହସ୍ପିଟାଲ ପାଖ ରାସ୍ତାକଡରେ ଵିତୁଛି ଜୀବନ। ଏହି ଖବର ଗଣମାଧ୍ୟମରୁ ପାଇଲା ପରେ ସମର୍ପିତ ଓଡ଼ିଶା ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ସୁଶୀଲକାନ୍ତ ପ୍ରଧାନ ବରିଷ୍ଠ ସାମାଜିକ କର୍ମୀ ଗଗନ ବିହାରୀ ପାଇଟାଲଙ୍କ ସହ ଯୋଗାଯୋଗ କରି , କିଛି ଶୁଖିଲା ଖାଦ୍ୟ ନେଇ ଉକ୍ତ ଦୁଇ ପରିବାର ନିକଟରେ ପହଞ୍ଚାଛନ୍ତି ।

ଗଗନ ବିହାରୀ ପାଇଟାଲ କିଛି ବସ୍ତ୍ର ମଧ୍ୟ ସେମାନଙ୍କୁ ଦେଇଛନ୍ତି। ସାମାଜିକ କର୍ମୀ ଗଗନ ବିହାରୀ ପାଇଟାଲ, ପଣ୍ଡିତ ଆଚାର୍ଯ୍ୟ ଉକ୍ତ ଦୁଇ ବାସହୀନ ପରିବାରର କରୋନା ପରୀକ୍ଷା କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ କରାଇଛନ୍ତି।ରିପୋର୍ଟ ଆସିବା ପରେ ସରକାରୀ ଆବାସ ସ୍ଥଳୀଙ୍କୁ ସେମାନଙ୍କୁ ସ୍ଥାନାନ୍ତର କରିବା ସହ ପିଲାମାନଙ୍କର ପାଠ ପଢା ସୁବିଧା କରାଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି।