Odia News Portal

୬ଲକ୍ଷ ଟଙ୍କାର ଚୋରା ମୋବାଇଲ ଜବତ

ଯାଜପୁର : ଯାଜପୁର ଜିଲ୍ଲା କୁଆଖିଆ ପୋଲିସ ଦ୍ୱାରା ଜବତ ହେଲା ୬ଲକ୍ଷ ଟଙ୍କାର ଚୋରା ମୋବାଇଲ ଫୋନ । ଜବତ ମଧ୍ୟରେ ୪୯ଟି ଦାମୀ ଆଣ୍ଡ୍ରଏଡ଼ ମୋବାଇଲ ଫୋନ, ଗୋଟିଏ ଟ୍ୟାବ, ୫ଟି ପାୱାର ବ୍ୟାଙ୍କ, ଇଅର ଫୋନ ଆଦି ସାମଗ୍ରୀ ରହିଛି। ଗତକାଲି ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ମୁଗୁପାଳ ଛକ ନିକଟରେ ଏହି ସାମଗ୍ରୀକୁ ଜବତ କରିଛି ପୋଲିସ। କୁଆଖିଆ ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ଏହି ସାମଗ୍ରୀ ଲୁଟ କରି ଖସି ଯାଉଥିବା ସମୟରେ ଦୁର୍ବୁତ୍ତମାନେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ତେବେ ଅନ୍ଧାରର

ସୁଯୋଗ ନେଇ ଏହି ଘଟଣାରେ ସାମିଲ ଥିବା ୩ଜଣ ଦୁର୍ବୁତ୍ତ ପୋଲିସକୁ ଚକମା ଦେଖାଇ ଫେରାର ହୋଇ ଯିବାକୁ ସକ୍ଷମ ହୋଇଥିଲେ। ସେଠାରୁ ଲୁଟ ସାମଗ୍ରୀକୁ ଉଦ୍ଧାର କରିଥିଲା ପୋଲିସ। ତେବେ ଆଜି ସକାଳୁ ଉକ୍ତ ବ୍ୟବସାୟୀ ଜଣକ ଦୋକାନ ଭାଙ୍ଗି ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଚଳାଇଛି। ଖୁବଶୀଘ୍ର ଏହି ଘଟଣାରେ ସଂପୃକ୍ତ ଥିବା ଲୁଟେରାଙ୍କୁ ଧରାଯିବ ବୋଲି ଯାଜପୁର କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।