ଭୁବନେଶ୍ଵର : ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି ଆଉ ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ଏହି ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୪୦୭, ଖୋର୍ଦ୍ଧାର ୪୪, ବାଲେଶ୍ବରର ୩୧, ମୟୂରଭଞ୍ଜର ୨୮, କଟକର ୨୭, ଜଗତସିଂହପୁରର ୧୫, ବରଗଡର ୧୪, କନ୍ଧମାଳର ୧୪,ଢୋଙ୍କାନାଳ ଓ
କେନ୍ଦୁଝରରୁ ୧୧ ଲେଖାଏଁ ସୁସ୍ଥ, ଭଦ୍ରକର ୮, ଗଜପତିର ୬, ବଲାଙ୍ଗିର ଓ ଝାରସୁଗୁଡାରରୁ ୫ ଲେଖାଏଁ ସୁସ୍ଥ, ଯାଜପୁର ଓ ସୁନ୍ଦରଗଡରରୁ ୪ ଲେଖାଏଁ, କେନ୍ଦ୍ରାପଡା ଓ କୋରାପୁଟରୁ ୩ ଲେଖାଏଁ, ସମ୍ବଲପୁରରୁ ୨, ଅନୁଗୁଳରୁ ଜଣେ କରୋନାରେ ଆରୋଗ୍ୟ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ପହଞ୍ଚିଲା ୧୪୩୯୨ରେ ।