Odia News Portal

ଅପହରଣ ପରେ ବଳାତ୍କାର, ବନ୍ଦ କୋଠରୀରୁ ୫ ଦିନ ପରେ ଉଦ୍ଧାର

ଆଠଗଡ଼ : ଏଭଳି ନୃସଂଶ, କାମୁକ ଅଛନ୍ତି ଦୁନିଆରେ । ଗୋଟିଏ ୧୮ ବର୍ଷର ଯୁବତୀକୁ ନିଶା ଦେଇ ଅପହରଣ କରିବା ପରେ ବାରମ୍ବାର ବଳାତ୍କାର କରିଥିଲା ଏହି ପିଶାଚ । ଜୀବନରୁ ମାରିଦେବାକୁ ଧମକ ଦେବା ସହ ବାହା ହେବ ବୋଲି କହିଥିଲା । ଗତ ୧୮ ତାରିଖରୁ ଆଠଗଡ଼ କନ୍ତୋଲ ଅଞ୍ଚଳରୁ ଅପହରଣ କରିଥିଲା । ଚୌଦ୍ୱାର ଥାନା ଅନ୍ତର୍ଗତ ଆଗ୍ରାହଟରେ ଏକ ବନ୍ଦ କୋଠାରୀରେ ଯୁବତୀଙ୍କୁ ରଖି ଗତ ୫ ଦିନ ହେଲା ବଳାତ୍କାର କରୁଥିଲା ।

ସେପଟେ ଯୁବତୀର ମା ଖୋଜାଖୋଜି ପରେ ଝିଅକୁ ନପାଇ ଆଠଗଡ଼ ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ଫୋନ୍ ଟ୍ରାକ୍ କରି ଜାଣିବା ପରେ ଚୌଦ୍ୱାର ପୋଲିସ୍ ସହାୟତାରେ ଏହି ଦୁର୍ବୃତ୍ତ ହାଡ଼ିବନ୍ଧୁ ବାରିକକୁ ଗିରଫ କରିଥିଲା । ତେବେ ହାଡ଼ିବନ୍ଧୁ ହେଉଛି ଭିଯୋରଗକାରିଣୀର ପୂର୍ବରୁ ପରିଚିତ ।