Odia News Portal

ରାଜଧାନୀରେ ମହିଳାଙ୍କୁ ମର୍ଡର୍‌, ପୋଲିସ୍ ଚଳାଇଛି ଅନୁସନ୍ଧାନ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଥିବା କାରଗିଲ୍ ବସ୍ତିରେ ହତ୍ୟାକାଣ୍ଡ । ଏଠାରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । କିଛି ସମୟ ପୂର୍ବରୁ ଏହି ଘଟଣା ବିଷୟରେ ଜଣାପଡ଼ିଛି । ମହିଳାଙ୍କ ରକ୍ତ ଜୁଡୁବୁଡୁ ଶରୀର ଘରେ ପଡ଼ିଥିବାର ଦେଖା ଯାଇଥିଲା । ଅତି ନିର୍ମମ ଭାବେ ମହିଳାଙ୍କୁ ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡ଼ିଛି ।

ମୃତକ ହେଉଛନ୍ତି ଶକୁନ୍ତଳା ମାଝୀ । ସ୍ୱାମୀ ସ୍ତ୍ରୀ ଝଗଡ଼ାରୁ ଏହି ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ ହୋଇଛି । ପୋଲିସ୍ ଅଭିଯୁକ୍ତ ସ୍ୱାମୀ ମୁରଲୀଧର ବେହେରାକୁ ଗିରଫ କରିଛି । ଏୟାରଫିଲଡ୍‌ ଥାନା ଘଟଣାର ତଦନ୍ତ କରୁଛି । ଶକୁନ୍ତଳା ଓ ମୁରଲୀଧର ଛଅ ମାସ ତଳେ ବାହା ହୋଇଥିଲେ ବୋଲି ଜଣାପଡ଼ିଛି ।