Odia News Portal

୪୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେବାପରେ କଟକଣା ଲାଗୁ

ପୁରୀ: ପୁରୀର ୪ଟି ୱାର୍ଡ ୯ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା। କରୋନା ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫,୨୬,୩୧ ଓ ୩୨ ନମ୍ବର ୱାର୍ଡର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ୯ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଗତକାଲି ରାତି ୯ଟାରୁ ଅଗଷ୍ଟ ୩ତାରିଖ ସକାଳ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।

ଦୁଇ ତିନି ଦିନ ଭିତରେ ପେଣ୍ଠକଟା ଅଞ୍ଚଳର ଏହି ୪ଟି ୱାର୍ଡରୁ ୪୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅତି ଜରୁରୀ ନଥିଲେ ଘରୁ ନବାହାରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ଅପିଲ କରିଛନ୍ତି। ପୋଲିସର ପାଟ୍ରୋଲିଂ ଜାରି ରହିଛି।