Odia News Portal

ଉପଜିଲ୍ଲାପାଳଙ୍କ କୋଭିଡ କେୟାର ହୋମ ପରିଦର୍ଶନ

ଛତ୍ରପୁର : ଆଜି ଗଞ୍ଜାମ ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କୋଦଳା ଏନଏସି କଲ୍ୟାଣ ମଣ୍ଡପ ପରିସରରେ ଥିବା କୋଭିଡ କେୟାର ହୋମ ପରିଦର୍ଶନ କରିଛନ୍ତି । ସକାଳ ୧୧ଘଣ୍ଟା ସମୟରେ କୋଭିଡ କେୟାର ହୋମରେ ପହଞ୍ଚି ଇନ୍ସିଡେଣ୍ଟ କମାଣ୍ଡର ଯଥା ଏନଏସି କୋଭିଡ ନୋଡାଲ ଅଫିସର ତହସିଲଦାର ପ୍ରଭାତ କୁମାର ପରିଡା, ଏନଏସି ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି, ମେଡିକାଲ ଇନଚାର୍ଜ ସୁଜିତ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରାଙ୍କ ସହିତ ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ ।

ବର୍ତ୍ତମାନ ସୁଦ୍ଧା କେତେଜଣଙ୍କ ଟେସ୍ଟିଣ୍ଗ କରାଯାଇଛି, ପଜେଟିଭ କେତେ କେତେ, ସେମାନଙ୍କ ଅବସ୍ଥା କେମିତି, ସେମାନଙ୍କ ପରିବାରର ସ୍ୱାବ କଲେକ୍ସନ କରାଯାଇଛି କି ନାହିଁ ପଚାରି ବୁଝିଥିଲେ ଏବଂ କୋଭିଡ କେୟାର ହୋମର ଆନୁସଙ୍ଗିକ ବ୍ୟବସ୍ଥା ଦେଖି ଖୁସିବ୍ୟକ୍ତ କରି ରେଡ଼ଜୋନ ରେ ଥିବା ଅଞ୍ଚଳକୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇ ପ୍ରତ୍ୟାବର୍ତନ କରିଥିଲେ । ଅପରାହ୍ନ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ କୋଭିଡ ସ୍ଵତନ୍ତ୍ର ଅଧିକାରୀ କବିରାଜ ଆର୍ଯ୍ୟଙ୍କ ଆଧ୍ୟକ୍ଷତାରେ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ କୋଦଳା ଏନଏସିର ୧୫ ଜଣ ଅଙ୍ଗନବାଡି କର୍ମୀଙ୍କୁ କୋଭିଡ ମନିଟରମାନଙ୍କୁ ସହଯୋଗ କରି କରୋନା ଲକ୍ଷଣ ଥିବା ରୋଗୀ, ବ୍ଲଡପ୍ରେସର, ଡାଇବେଟିସ ରୋଗୀମାନଙ୍କୁ କୋଭିଡ କେୟାର ହୋମରେ ପହଞ୍ଚାଇବା ପାଇଁ କୁହାଯାଇଥିଲା ।

ରୋଗୀମାନେ ସେମାନଙ୍କ ଲକ୍ଷଣ ନ ଲୁଚାଇ ସ୍ଵତଃସ୍ଫୁର୍ତ୍ତ ଭାବେ କୋଭିଡ କେୟାର ହୋମରେ ପହଞ୍ଚି ଆଣ୍ଟିଜେନ ଓ ସ୍ୱାବ ଟେଷ୍ଟ କରି ଯିବା ପାଇଁ ସେମାନଙ୍କୁ ବୁଝାଇବାକୁ କର୍ମୀଙ୍କୁ କହିଥିଲେ । ଯେଉଁ ମାନଙ୍କ ପଜେଟିଭ ଜାହାରିବ ସେମାନଙ୍କ ଯଦି ଘର ସୁବିଧା ଥିବ ଘରେ ରହିପାରିବେ ନଚେତ କୌଣଷି ବାହାର କୋଭିଡ ମେଡିକାଲ ନଯାଇ ସ୍ଥାନୀୟ କୋଭିଡ କେୟାର ହୋମରେ ରହିବାର ସମସ୍ତ ବ୍ୟବସ୍ଥା ହୋଇଛି ବୋଲି ସେମାନଙ୍କୁ ବୁଝାଇବାକୁ କୁହାଯାଇଥିଲା ଏବଂ କରୋନାକୁ ହରାଇବାକୁ ହେଲେ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ, ବାରମ୍ବାର ସାବୁନରେ ହାତ ଧୁଅନ୍ତୁ ବୋଲି କହି ଜନସାଧାରଣଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯକ୍ରମରେ ୧୫ ଜଣ ଅଙ୍ଗନବାଡି କର୍ମୀ ସମେତ ଅଙ୍ଗନବାଡି ସୁପରଭାଈଜର ମିନତି ବେହେରା ଉପସ୍ଥିତ ରହିଥିଲେ ।