Odia News Portal

ପୁଣି ଅଲୋଡ଼ା ଶିଶୁ କନ୍ୟା : ରେଳଷ୍ଟେସନ କଡ଼ରୁ ନବଜାତ ଶିଶୁ ଉଦ୍ଧାର

ଡେଲାଙ୍ଗ : କଣାସ-ଡେଲାଙ୍ଗ ରାସ୍ତା ଜେନାପୁର ରେଳ ଷ୍ଟେସନ ପାଖରୁ ଡେଲାଙ୍ଗ ବ୍ଳକ୍‌ ବେରବୋଇ ନିବାସୀ ଶୁଭଶ୍ରୀ ପ୍ରଧାନ ନାମ୍ନୀ ଜଣେ ମହିଳା ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଛନ୍ତି । ଆଜି ଭୋର ୫ଟାରେ ଶିଶୁକନ୍ୟାଟି ଉଦ୍ଧାର ହୋଇଥିବା ନେଇ ଡେଲାଙ୍ଗ ପୁଲିସ ପକ୍ଷରୁ ଜଣାପଡ଼ିଛି ।

ତଥ୍ୟ ଆଧାରରେ ଚାଇଲ୍‌ଡ୍‌ ଲାଇନ୍‌ ନିର୍ଦ୍ଦେଶକ ଦେବାଶିଷ ରଥ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ଓ ଡେଲାଙ୍ଗ ପୁଲିସ ଶିଶୁଟିକୁ ପୁରୀ ବଡ଼ ଡାକ୍ତରଖାନା ଶିଶୁ ଯତ୍ନ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଶିଶୁଟିର ଅବସ୍ଥା ଭଲ ଥିବା ଜଣାଯାଇଛି ।