Odia News Portal

ଆଜି ପୁଣି ରେକର୍ଡ ସଂଖ୍ୟକ ୮୬୪ ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କୋରୋନା ଭୂତାଣୁର ସଙ୍କଟ ଜାରି ରହିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଅନ୍ୟପକ୍ଷେ ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଏହା ଯେ, ରାଜ୍ୟରେ କ୍ରମାଗତ ସଂକ୍ରମିତଙ୍କ ସୁସ୍ଥ ହେବା ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ପୁଣି ରେକର୍ଡ ସଂଖ୍ୟକ ୮୬୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬,୭୯୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱଟ୍ କରି ସୂଚନା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ସର୍ବାଧିକ ୪୩୨ ଜଣ, ରାୟଗଡାରୁ ୧୩୭ ଜଣ, ବରଗଡରୁ ୩୧ ଜଣ, ଖୋର୍ଦ୍ଧାରୁ ୨୮ ଜଣ, କଟକରୁ ୨୬ ଜଣ, କେନ୍ଦୁଝରରୁ ୨୬ ଜଣ, ଭଦ୍ରକରୁ ୨୩ ଜଣ, ମୟୂରଭଞ୍ଜରୁ ୨୨ ଜଣ, ଯାଜପୁରରୁ ୧୯ ଜଣ, କନ୍ଧମାଳରୁ ୧୫ ଜଣ, ଗଜପତି ଓ ସମ୍ୱଲପୁରରୁ ୧୪-୧୪ ଜଣ, ଜଗତସିଂପୁରରୁ ୧୨ ଜଣ, ଢେଙ୍କାନାଳରୁ ୧୦ ଜଣ, ସୁନ୍ଦରଗଡରୁ ୧୦ ଜଣ, ନୟାଗଡରୁ ୭ ଜଣ, ବାଲେଶ୍ୱର, କେନ୍ଦ୍ରାପଡା ଏବଂ ମାଲକାନଗିରିରୁ ୬-୬ ଜଣ,  ଝାରସୁଗୁଡା ଓ କୋରାପୁଟରୁ ୫-୫ ଜଣ, ବଲାଙ୍ଗିରରୁ ୪ ଜଣ, ପୁରୀରୁ ୩ ଜଣ, ବୌଦ୍ଧ ୨ ଜଣ ଏବଂ ସୁବର୍ଣ୍ଣପୁରରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।