Odia News Portal

ଓଡିଶା ମାଟିର ଯଶ ରଖିଲେ ସମ୍ବଲପୁର ଝିଅ ମିନାକ୍ଷୀ

ସମ୍ବଲପୁର :  ସମସମ୍ବଲପୁରର ଝିଅ ମିନାକ୍ଷୀ ହେଲେ ମିସେସ କୁଇନ ୟୁନିଭର୍ସ ଟ୍ୱେଣ୍ଟି ଟ୍ୱେଣ୍ଟି । ସମ୍ବଲପୁରର ଝିଅ ମିନାକ୍ଷୀ ପ୍ରାୟ ୧୦ ହଜାର ପ୍ରତିଯୋଗୀ ଙ୍କୁ ପଛରେ ପକାଇ ଏହି ମୁକୁଟ ହାସଲ କରିଛନ୍ତି । ସମ୍ବଲପୁର VSS ମାର୍ଗ ରେ ରହୁଥିବା ମିନାକ୍ଷୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଏକ ବର୍ଷ ତଳୁ ଆବେଦନ କରିଥିଲେ ।

ଦିଲ୍ଲୀ MRHM ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା କୋଭିଡ ପାଇଁ ଚଳିତ ବର୍ଷ ଅନଲାଇନରେ ହୋଇଥିଲା । ତୃତୀୟ ଲିଙ୍ଗୀ ମାନଙ୍କର ସମସ୍ୟା ଓ ଏହାର ନିରାକରଣ ପାଇଁ ରଖିଥିବା ତଥ୍ୟ ଭିତ୍ତିରେ ମିନାକ୍ଷୀଙ୍କୁ ପୁରସ୍କୃତ କରାଯାଇଥିଲା । KIIT ର ଜଣେ ପୂର୍ବତନ ଛାତ୍ରୀ ହେଉଛନ୍ତି ମିନାକ୍ଷୀ ।

ଏହି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବାରେ KIIT ର କେତେଜଣ ଆଧ୍ୟାପକ ତାଙ୍କୁ ସାହାର୍ଯ୍ୟ କରିଥିବାରୁ ସେ ସେମାନଙ୍କୁ କୃତଜ୍ଞତା  ଜଣାଇଛନ୍ତି ।ସେ ଆଗକୁ ମଧ୍ୟ ଏହି ଭଳି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସମ୍ବଲପୁର ପାଇଁ ଗୌରବ ଆଣିବାକୁ ଉଦ୍ୟମ କରିବେ ବୋଲି   ଏକ ବିଶେଷ ସାକ୍ଷାତକାରରେ ଆମ ପ୍ରତିନିଧିଙ୍କୁ  କହିଛନ୍ତି ମିନାକ୍ଷୀ ।