Odia News Portal

ପର୍ଯ୍ୟଟନ ଓ କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ପର୍ଯ୍ୟଟନ ଓ କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଓଡ଼ିଆ  ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱରେ ନିଯୁକ୍ତ କରାଯାଇଛି । ଶୁୁକ୍ରବାରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ୫ ବର୍ଷିୟା ଡେପୁଟେସନ ସମୟ ସରିବା ପରେ ସେ କେନ୍ଦ୍ରକୁ ଫେରିଯିବେ । ଏବେ ତାଙ୍କ ସ୍ଥାନରେ ବିଶାଳ ଦେବଙ୍କୁ ଦାୟିତ୍ୱ ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି  ।