Odia News Portal

ଏହି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ୧୦ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଏନେଇ ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି । ଏହି ଜିଲ୍ଲା ଗୁଡ଼ିକ ହେଲା – ମୟୂରଭଞ୍ଜ , କେନ୍ଦୁଝର , ଜଗତସିଂହପୁର,  ବୌଦ୍ଧ , କୋରାପୁଟ ,  ମାଲକାନଗିରି, ସମ୍ବଲପୁର , ଝାରସୁଗୁଡ଼ା , ଦେବଗଡ଼ ଓ ଢେଙ୍କାନାଳ । ଏହା ପ୍ରଭାବରେ  ଅନ୍ୟ ଜିଲ୍ଲାରରେ ବି ବର୍ଷା ସମ୍ଭାବନା ରହିଛି ।

ଆସନ୍ତା ୪ ତାରିଖରୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି  । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୫ ତାରିଖ ଯାଏ ବର୍ଷା ହୋଇପାରେ ।