ଭଦ୍ରକ : ଭଦ୍ରକ ଜିଲ୍ଲା ବନ୍ତ ଥାନା ପଳସା ବଜାର ଠାରେ ଏଟିଏମ ଭଙ୍ଗାରୁଜା ସହ ଲୁଟ ଉଦ୍ୟମ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏଟିମ୍ ମେସିନର ଡିସପ୍ଲେ ଓ ବୋର୍ଡ ଭାଙ୍ଗି ଲୁଟ କରିବାକୁ ଉଦ୍ୟମ କରିଛନ୍ତ ଦୃବୁର୍ତ୍ତ । କିନ୍ତୁ ଟଙ୍କା ଚୋରି ହୋଇଛି କି ନାହିଁ ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଏଟିମ୍ରୁ ଲୁଟ ଉଦ୍ୟମ ହୋଇଥିବା ସୂଚନା ମିଳିଛି । ପଳସା ବଜାରରେ ଥିବା ଷ୍ଟେଟ ବ୍ୟାଙ୍କଏଟିମ୍ରେ ଥିବା ମେସିନକୁ ଭାଙ୍ଗିଲେ ଦୃବୁର୍ତ୍ତ । ଏଟିମ୍ ମେସିନକୁ ଭାଙ୍ଗି ଚୋରି ଉଦ୍ୟମ ହୋଇଛି । କିନ୍ତୁ ଦୃବୁର୍ତ୍ତମାନେ ଟଙ୍କା ଚୋରି ହୋଇଛି କି ନାହିଁ ତାହା ଅସ୍ପଷ୍ଟ ରହିଛି । ପୂର୍ବରୁ ମଧ୍ୟ ଵହୁବାର ଏହି ଏଟିମ୍କୁ ଲୁଟ ଉଦ୍ଦେଶ୍ୟରେ ଭଙ୍ଗାରୁଜା କରାଯାଇଛି । ଏଟିମ୍ ଭଙ୍ଗାଯାଇଥିବା ଦେଖି ସ୍ଥାନୀୟ ଲୋକେ ବନ୍ତ ପୋଲିସକୁ ସୂଚନା ଦେବା ପରେ ବ୍ୟାଙ୍କର ଏଟିମ୍ ରୁମ୍କୁ ବନ୍ଦ ରଖାଯାଇଛି ।
