Odia News Portal

ପୁଣି ଉଦ୍ଧାର ହେଲା ବିରଳ ପ୍ରଜାତିର କଇଁଛ

ସୋର : ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ବରପଦାରେ ବିରଳ କଇଁଛ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ପ୍ରଦୀପ କୁମାର ସାହୁ ନିଜ ଜମିରେ କାମ କରୁଥିବା ବେଳେ ହଳଦିଆ ରଙ୍ଗର ବିରଳ ପ୍ରଜାତିର କଇଁଛ ପାଇଥିଲେ। ପରେ ସେ ସ୍ଥାନୀୟ ସମିତି ସଭ୍ୟ ମନୋଜ କୁମାର ରାଉତଙ୍କୁ ଖବର ଦେବା ସହ ଔପଦା ବନବିଭାଗ ଖୁଣ୍ଟା ପାଟଣାର କର୍ମଚାରୀକୁ ହସ୍ତାନ୍ତର କରିଥିଲେ ।

ସୂଚନା ଥାଉକି ଗତ କିଛି ଦିନ ପୂର୍ବରୁ ବାଲେଶ୍ବର ଜିଲ୍ଲାର ଏକ ଗାଁରେ ମଧ୍ଯ ଏଭଳି ଏକ ବିରଳ ହଳଦିଆ ରଙ୍ଗର କଇଁଛ ଉଦ୍ଧାର କରା କରାଯାଇଥିଲା। ରିପୋର୍ଟ ଅନୁଯାୟୀ ପ୍ରଦୀପଙ୍କ ଜମିରୁ ଉଦ୍ଧାର କରାଯାଇଥିବା ବିରଳ କଇଁଛକୁ ଏବେ କୁଲଢ଼ିଆ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଥିବା ଜଣାଯାଇଛି ।