Odia News Portal

ଯୋଦ୍ଧାଙ୍କ ପାଇଁ ନିରବପ୍ରାର୍ଥନା ଓ ପ୍ରଭୁଶ୍ରୀରାମଚନ୍ଦ୍ରଙ୍କ ପାଇଁ ଦୀପ ପ୍ରଜ୍ୱଳନ

ଭୁବନେଶ୍ୱର : କରୋନା ମହାମାରୀ ଯେତେବେଳେ ସମଗ୍ର ପୃଥିବୀକୁ ଗ୍ରାସ କରିଛି କରୋନା ରାକ୍ଷସର ଅନଳ ଗର୍ଭଭିତରେ ଶହଶହ ନିରୀହ ମଣିଷ ଲୀନ ହୋଇଯାଉଛନ୍ତି ସେଥିରୁ ଆମ ରାଜ୍ୟ ଓଡ଼ିଶା ବାଦ୍ ଯାଇନି ଚାରି ଆଡ଼େ ହାଃ ହାଃ କାର, ଧନ, ଜୀବନ, ଜୀବିକା ଅର୍ଥନୀତି ବିପର୍ଯ୍ୟସ୍ତ ସବୁ ଠପ୍ ହୋଇଯାଇଛି । ଲୋକେ ତ୍ରାହି ତ୍ରାହି ଡ଼ାକୁଛନ୍ତି ପ୍ରତ୍ୟେକ ଦିନ କରୋନା ନିରିହ ମଣିଷମାନଙ୍କୁ ଗ୍ରାସ କରୁଛି । ଆସ୍ୱସ୍ତିର ବିଷୟ ସମଗ୍ର ବିଶ୍ୱ ତୁଳନାରେ ଓଡ଼ିଶାରେ ମୃତ୍ୟୁହାର ଖୁବ୍ କମ୍ ଏହା କେବଳ ସମ୍ଭବ କରୋନା ସହିତ ଲଢେଇ କରୁଥିବା ଆମ କରୋନା ଯୋଦ୍ଧାଙ୍କ ପାଇଁ ଏହି ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ କରୋନା ଯୋଦ୍ଧାଙ୍କ ବଳିଦାନ ପାଇଁ ଆଜି ବୀରସୁରେନ୍ଦ୍ର ସାଏ ନଗର ଠାରେ ନିଖିଳ ଓଡ଼ିଶା ପାଇକ ମହାସଂଘ ଓ ଗଡ଼େଶ୍ୱର ହାଟ ବ୍ୟବସାୟୀ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ନିଖିôଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟସଭାପତି ଅଶୋକ ପାଲଟାସିଂହଙ୍କ ସଭାପତିତ୍ୱରେ ଏକମିନି ନିରବ ପ୍ରାର୍ଥନା ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ତାହା ସହିତ ଦିର୍ଘ ଦିନର ପ୍ରତୀକ୍ଷା ପରେ ପୁରୁାଷୋମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିରର ଶିଳାନ୍ୟାସ ଉତ୍ସବ ଅଯୋଧ୍ୟାଠାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏହା ଆଜି ସମସ୍ତ ଭାରତୀୟଙ୍କ ପାଇଁ ଏକ ପୂଣ୍ୟ ଓ ପବିତ୍ର ଦିବସ ଏହି ଉପଲକ୍ଷେ ଆଜି ସହେ ଆଠଦ୍ୱୀପ ପ୍ରଜ୍ୱଳନ କରାଯାଇ ଭାବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ସୁଚାର ରୂପେ ସମ୍ପାଦିତ ହେବାପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଦୀପ ଦାନ କରାଯାଇଥିଲା । ଆଜିର ଏହି ମିଳିତ ଉତ୍ସବରେ ପାଇକ ମହାସଂଘ ଉପଦେଷ୍ଟା ବିଭୂତି ଭଷଣ ସ୍ୱାଇଁ, ହାଟବ୍ୟବସାୟୀ ସଂଘ ସଭାପତି, ମନୋରଂଜନ ସାହୁ ସମ୍ପାଦକ ଲକ୍ଷ୍ମଣ ସାହୁ ଜାଗୃତୀ ବି.ଏମ୍‌.ସି ପ୍ରକଳ୍ପ ସଂଯୋଜକ ପ୍ରବେସ କୁମାର ସାହୁ, ଯୁବସାମ୍ବାଦିକ ରାଜୀବ ନୟନ ରଥ, ବରିଷ୍ଠ ସାମ୍ବାଦିକ ଡ଼ଃ ରମାକାନ୍ତ ମହାନନ୍ଦ, ଦୀପକ କୁମାର ବାରିକ୍‌, ଉମ କୁମାର ମହାନ୍ତି, ଶାରଦା ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।