ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ମହାମାରୀ କରୋନା ସମୟରେ ଜୀବନକୁ ବଳିଦାନ ଦେଇଥିବା କରୋନାଯୋଦ୍ଧା ମାନଙ୍କ ସମ୍ମାନାର୍ଥେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଭିଏସସନଗର ତରଫରୁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହିତ କରୋନା ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଯୁବକ, ଛାତ୍ର ଓ ବରିଷ୍ଠ ନାଗରକମାନେ ଯୋଗଦେଇଥିଲେ ବୋଲି ଟ୍ରଷ୍ଟ ର ପ୍ରତିଷ୍ଠାତା ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।