Odia News Portal

ଲଗାଣ ବର୍ଷାରେ ନୁଆପଲ୍ଲୀ ବେହାଲ

ଭୁବନେଶ୍ଵର : ଲଗାଣ ବର୍ଷାରେ ଇସ୍କନ ପାଣି ୱାର୍ଡ ନଂ ୩୭ ବେହେରାସାହି ଅଞ୍ଚଳର କିଛି ଘରେ ପାଣି ପସିଯିବା ସହ ଏକ ପୁରୁଣା ଡ୍ରେନ୍ ର ୬୦ ଫୁଟରୁ ଉର୍ଦ୍ଧ୍ବ ପାଚେରୀ ଭାଙ୍ଗିଯାଇଛି । ନୁଆପଲ୍ଲୀରେ ବାହାର ପାଣି ନିଷ୍କାସନ ପାଇଁ ଚାଲିଛି ମୁଖ୍ୟ ଡ୍ରେନ୍ କାମ କ୍ରିଷ୍ଣା ଟାୱାର ଠାରୁ ଦମୟନ୍ତୀ ଆପାର୍ଟମେଣ୍ଟ ଯାଏ ତିଆରି ହେଉଥିବା କାମରେ ସିଥିଳତା ଓ ସେହି ଡ୍ରେନ୍ ପାଖରେ ଥିବା ପୁରୁଣା ଡ୍ରେନ୍ ରୁ ମାଟି କଢ଼ାନଯିବା ଯୋଗୁଁ ପାଣି ବେହେରାସାହି ଛକରୁ ଆଗକୁ ନଯାଇ ଅଟାକଳ ଗଳି ଦେଇ ମଙ୍ଗଳା ମନ୍ଦିର ତଳିଆ ଅଞ୍ଚଳର ଘର ମାନଙ୍କରେ ପଶିବାକୁ ବାଧ୍ୟ ହେଉଛି । ଡ୍ରେନେଜ୍ ବିଭାଗ ସଫେଇ ସଂସ୍ଥା ରାମକୀ ଉପରକୁ ଦୋଷ ଲଦି ନିଜକୁ ଦାଇତ୍ୱମୁକ୍ତ ବୋଲାଇବା ଏକ ପ୍ରମୁଖ କାରଣ ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି ।

ମୋୖସମୀ ଆଗମନ ବହୁ ଆଗରୁ ମହାନଗର ନିଗମ ତରଫରୁ ଭୁବନେଶ୍ବରର ଛୋଟ ବଡ଼ ନାଳ ଗୁଡ଼ିକୁ ସଫେଇ କରି ଦିଆଯାଏ ନୁଆପଲ୍ଲୀରେ ମଧ୍ୟ ଏ ବର୍ଷ ସଫେଇ ସଂସ୍ଥା ରାମକିକୁ ଦାଇତ୍ୱ ଦିଆଯାଇଥିଲା । କିନ୍ତୁ ରାମକି ସଂସ୍ଥାର ମନମୁଖୀ କାର୍ଯ୍ୟ ଓ ଅନେକଥର ଅଭିଯୋଗ କରାଯିବା ସତ୍ତ୍ୱେ କୌଣସି ବି ଡ୍ରେନ୍ ସଫା କରଗଲାନାହିଁ ଯାହାର ପରିଣାମ ବାସିନ୍ଦାଙ୍କୁ ଭୋଗିବାକୁ ପଡୁଛି । ତୁରନ୍ତ ମହାନଗର ନିଗମର ଡ୍ରେନେଜ୍ ବିଭାଗ ସମଗ୍ର ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୁରୁଣା ଡ୍ରେନ୍ ଗୁଡ଼ିକରୁ ମାଟି କଢ଼ାଯିବା ସହ ମନ୍ଥର ଗତିରେ ଚାଲୁଥିବା ଡ୍ରେନ୍ କାମକୁ ଶୀଘ୍ର ସମାପ୍ତ କରାଯାଉ ବୋଲି ଜଳବନ୍ଦୀ ଆନ୍ଦୋଳନର ଆବାହକ ଅର୍ଜୁନ ବେହେରା ଓ ନିତ୍ୟାନନ୍ଦ ବେହେରା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ।