ନବରଙ୍ଗପୁର : ୮ ମାସର ଗର୍ଭବତୀ ନବବିବାହିତାଙ୍କୁ ସ୍ୱାମୀ ହତ୍ୟା କରି ଟାଙ୍ଗୀ ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାରବର୍ଗ ସ୍ୱାମୀସହିତ ତାଙ୍କ ପରିବାର ଲୋକେ ଫେରାର ଘଟଣା ଘଟିଛି ପାପଡାହାଣ୍ଡି ବ୍ଲକ ଭୀମା ସାହିରେ ।
ଗତବର୍ଷ ଅକ୍ଟବର ମାସ ୦୫ ତାରିଖରେ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଖୋଲିଗୁଡା ଗ୍ରାମର ଆଲବର୍ଟ ସେକ୍ସପିଅର ବେନିଆ ଡାବୁଗାଁ ଥାନା ଅନ୍ତର୍ଗତ ଘୁଷୁରାମାରୁଗୁଡା ଗ୍ରାମର ତନୁଶ୍ରୀ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଯୌତୁକ ପାଇଁ ଗଣ୍ଡଗୋଳ ଲାଗିରହିଥିଲା । ଫଳରେ ସ୍ୱାମୀ ଓ ସ୍ତ୍ରୀ ପାପଡାହାଣ୍ଡି ସ୍ଥିତ ଭୀମା ସାହିରେ ଏକ ଭଡା ଘରେ ରହୁଥିଲେ ।
ଯୌତୁକ ପାଇଁ ସ୍ୱାମୀ ଓ ତାର ପରିବାର ମିଶି ଝିଅକୁ ହତ୍ୟା କରି ରୋଷେଇ ଘରେ ଟାଙ୍ଗୀ ଦେଇଥିବା ଅଭିଯୋଗ କରିଛନ୍ତି । ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ତଦନ୍ତ ଚଳାଇଛି । ବର୍ତ୍ତମାନ ନବ ବିବାହିତା ୮ ମାସର ଗର୍ଭବତୀ ରହିଥିବା ସୂଚନା ମିଳିଛି ।