Odia News Portal

ରାଜ୍ୟର ସବୁ କୋଭିଡ୍ ହସପିଟାଲରେ ଯାଂଚ ହେବ

ଭୁବନେଶ୍ଵର : ଅହମ୍ମଦାବାଦର କୋଭିଡ୍ ହସପିଟାଲରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ଜୀବନ ଚାଲିଯିବା ପରେ ଆମ ରାଜ୍ୟର ବିଭିନ୍ନ କୋଭିଡ୍ ହସପିଟାଲରେ ଥିବା ଅଗ୍ନି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।

ଏଭଳି ସ୍ଥିତିରେ ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟର ସବୁ କୋଭିଡ୍ ହସପିଟାଲରେ ଯାଂଚ ହେବ ।