ଜାମ୍ମୁ ଓ କାଶ୍ମୀରରେ ରବିବାର ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିବର୍ଷଣ ହୋଇଛି। ଶେଷ ପାଞ୍ଚ ଘଣ୍ଟାର ଫାଏରିଂରେ ଯବାନ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଅନ୍ୟ ପଟେ ଆତଙ୍କବାଦୀଙ୍କ ବିରୁଦ୍ଧ ଅପରେସନ ପରେ ହୋଇଥିବା ବିସ୍ଫୋରଣରେ ୫ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଇଲାକାରେ ମାହୋଲ ଉତ୍ତେଜନାପୂର୍ଣ୍ଣ ରହିଛି।
ଗୁଇନ୍ଦା ବିଭାଗ ସୂଚନା ମିଳିବା ପରେ ସୁରକ୍ଷାବଳ ରବିବାର ପ୍ରାତଃ ସକାଳୁ କୁଲଗାମର ଲାରୁ ଗାଁରେ ସର୍ଚ୍ଚ ଅପରେସନ ଚଳାଇଥିଲେ। ଯବାନ ଆତଙ୍କବାଦୀଙ୍କୁ ଘେରିବା ପରେ ଉଭୟ ପକ୍ଷରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଏଥିରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଏହି ଏନକାଉଣ୍ଟର ପରେ ଘଟଣାସ୍ଥଳରେ ହୋଇଥିବା ବିସ୍ଫୋରଣରେ ୫ ଜଣ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ଘଟିଛି।
ପୋଲିସ ମୁତାବକ ଚେତାବନୀ ପରେ ମଧ୍ୟ ଲାରୁ ଗାଁର ଲୋକେ ସେହି ଘର ଭିତରକୁ ଯାଇଥିଲେ ଯେଉଁଠି ଆତଙ୍କବାଦୀ ଛପି ରହିଥିଲେ। କୁଲଗାମର ଏସଏସପି ହରମୀତ ସିଂହ କହିଛନ୍ତି ଯେ ଏନକାଉଣ୍ଟର ସମୟରେ ଉକ୍ତ ଘରେ ନିଆଁ ଲାଗି ଯାଇଥିଲା। ସୁରକ୍ଷାବଳ ପକ୍ଷରୁ ଉକ୍ତ ଘରକୁ ନଯିବାକୁ ଲୋକଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା। ମାତ୍ର ସ୍ଥାନୀୟ ଲୋକେ ଏହାକୁ ଅଣଦେଖା କରି ଆତଙ୍କବାଦୀ ଛପି ରହିଥିବା ଘରେ ପ୍ରବେଶ କରିଥିଲେ। ମାତ୍ର ଆତଙ୍କବାଦୀଙ୍କ ପାଖରେ ଥିବା ବିସ୍ଫୋରକ ସାମଗ୍ରୀ ବିସ୍ଫୋରଣ ୫ ଜଣ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା।
ସୁରକ୍ଷାବଳଙ୍କ ଏହି ଅପରେସନରେ ନିପାତ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଜଣ ପାକିସ୍ତାନୀ ଥିବା ବେଳେ ଜଣେ ସ୍ଥାନୀୟ ବାସିନ୍ଦା ଥିଲା। ଏହି ତିନି ଜଣ ଆତଙ୍କୀ ଜୈଶ ଏ ମହମ୍ମଦ ସହିତ ଜଡ଼ିତ ଥିଲେ।
Sign in
Sign in
Recover your password.
A password will be e-mailed to you.