ଭୁବନେଶ୍ଵର : ଓଡ଼ିଶାର ୨ଟି ଗାଁକୁ ସୁନାମୀ ପ୍ରସ୍ତୁତି ନେଇ ଅନ୍ତର୍ଜାତୀୟ ସମ୍ମାନ। ଓଡ଼ିଶାକୁ ସମ୍ମାନ ନେଇ UNESCO-IOC ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ୨ଟି ଗାଁକୁ ମିଳିଲା ସମ୍ମାନ। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାଇପୁର ଗାଁକୁ ଏଇ ସମ୍ମାନ ମିଳିଛି।
ସେହିପରି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ନୋଳିଆସାହି ଗାଁକୁ ମଧ୍ୟ ସମ୍ମାନ ମିଳିଛି। ବିପର୍ଯ୍ୟୟ ମୁକାବିଲା ଦକ୍ଷତା ନେଇ ପ୍ରଶଂସାପତ୍ର ମିଳିଛି। ୧୯୯୯ ମହାବାତ୍ୟା ପରଠୁ ବିପର୍ଯ୍ୟୟ ମୁକାବିଲାରେ ପାରଦର୍ଶିତାକୁ ନେଇ ବେଶ ପ୍ରଶଂସା କରାଯାଇଛି।