Odia News Portal

ପୁଣି ମାନବିକତା ଦେଖାଇଲେ ବିଧାୟକ

ବ୍ରହ୍ମପୁର : ବ୍ରହ୍ମପୁର କପିଳେଶ୍ବର ପେଟ୍ଟା ଛକ ନିକଟରେ ରହୁଥିବା ଅସହାୟ ଗରୀବ ଅବିବାହିତା ମହିଳା ସରସ୍ବତୀ ସାହୁ ବୟସ ପ୍ରାୟ ୭୦ ବର୍ଷ । ଆଜି ତାଙ୍କରି ଅକାଳ ବିୟୋଗ ଘଟିଲା । କାଳେ କରୋନା ହୋଇଥିବ ଭାବି ତାଙ୍କରି କେହି ସମ୍ପର୍କୀୟ ସେହି ଜାଗାକୁ ଆସିଲେ ନାହିଁ । ଏହି ଖବର ବ୍ରହ୍ମପୁର ବିଧାୟକଙ୍କ ନଜରକୁ ଆସିଥିଲା ।

ଓଡିଶା ମୋ ପରିବାର ତରଫରୁ ବିଧାୟକ ମହୋଦୟ ନିଜେ ବିଜୁ ଜନତା ଦଳର କିଛି ସଦସ୍ୟଙ୍କୁ ନେଇ ଉକ୍ତ ସ୍ଥାନରେ ଉପସ୍ଥିତ ହୋଇ, ଅସହାୟ ଗରୀବ ମହିଳାଙ୍କ ଶବ ସତ୍କାର ସମ୍ପୂର୍ଣ୍ଣ ରୀତି ନୀତି ଅନୁସାରେ ସମାପନ କରାଇଥିଲେ । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଏହି ମହାନ୍ ମାନବିକତା କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ଏବଂ ବିଧାୟକ କରିଥିବା ସମସ୍ତ ସାହାଯ୍ୟ ସହାୟତା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି ।