Odia News Portal

ପ୍ରାରମ୍ଭ ଭାରତ ସାମାଜିକ ଅନୁଷ୍ଠାନ ତରଫରୁ ରାସନ୍ ସାମଗ୍ରୀ ପ୍ରଦାନ

ପୁରୀ : ପ୍ରାରମ୍ଭ ଭାରତ ସାମାଜିକ ଅନୁଷ୍ଠାନ ତରଫରୁ ଆଜି ଚନ୍ଦନପୁରର ବୀରଗୋବିନ୍ଦପୁର ଠାରେ ରହୁଥିବା ୨୫ ରୁ ଅଧିକ ନେତ୍ରହିନ ଭାଇ ଓ ଭଉଣୀ ମାନଙ୍କୁ ଏକ ମାସ ପାଇଁ ରାସନ୍ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହାକୁ ଭଗବାନ ପତି ଗ୍ରହଣ କରିଥିଲେ । ଏହି ଭାଇ ଓ ଭଉଣୀମାନେ ଏକାଠି ରହି ଫିନାଇଲ ତିଆରି କରି ଗୁଜୁରାଣ ମେଣ୍ଟାଉ ଥିଲେ। କିନ୍ତୁ କୋରୋନା ଦାଉ ସାଧୁଛି ସେଥି ପାଇଁ ଜୀବିକା ବନ୍ଦ । ରାସନ୍ ସାମଗ୍ରୀ ସହ ସମସ୍ତଙ୍କୁ ମାସ୍କ୍ ମଧ୍ୟ ବଣ୍ଟନ କରାଯାଇଥିଲା ।

ଏହା ପରେ ଅନୁଷ୍ଠାନ ତରଫରୁ ପିପୁଲ୍ ଫର୍ ସେବା ନାମକ ବୃଦ୍ଧାଶ୍ରମରେ ମଧ୍ୟ ମାସ୍କ୍ ବଣ୍ଟନ କରି ପୁରୀ ସଦର ଥାନା ରେ ମଧ୍ୟ ସମସ୍ତ କୋ ରୋ ନା ଯୋଦ୍ଧା ମାନଙ୍କୁ  ମାସ୍କ୍ ବିତରଣ କରିଥିଲୁ । ଅନୁଷ୍ଠାନ ତରଫରୁ ସମାଜସେବୀ ରାଜେଶ୍ ରଥ, ଦେବାଶିଷ ସାହୁ, ହିମାଂଶୁ ଶେଖର ମହାନ୍ତି ଏବଂ ପୁଷ୍ପିତା ପ୍ରିଦର୍ଶିନୀ ଏହାକୁ ସମ୍ପାଦନା କରି ଥିଲେ । ଏଥିପାଇଁ ସହାୟତା ର ହାତ ବଢ଼ାଇଥିଲେ ସରୋଜ ମହାପାତ୍ର ଏବଂ ସ୍ଵର୍ଣ୍ଣଲତା ମହାପାତ୍ର  ।