Odia News Portal

୪ଟି ମାଓ କ୍ୟାମ୍ପ ଠାବ

ବରଗଡ଼ : ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ବରଗଡ଼ ପାଇକମାଲ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପୋଲିସ ଏସ୍ଓଜି ଯବାନ ଓ ସପିଆଇ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିବାର ସୂଚନା ରହିଛି  । ତେବେ ଘଟଣାସ୍ଥଳରୁ ୧୧ ଖୋଖା ଏବଂ ଗୋଟିଏ ଜୀବନ୍ତ ଗୁଳି ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ଏହାସହିତ ମାଓ ଚିଠି ମଧ୍ୟ ଜବତ ହୋଇଛି  ।

ଜଙ୍ଗଲରେ ୪ଟି ମାଓ କ୍ୟାମ୍ପ ଠାବ କରିଥିବା ସୂଚନା ଦେଇଛନ୍ତି ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ । ଜଙ୍ଗଲରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ମାଓବାଦୀ ମୃତାହତର ଖବର ମିଳିନାହିଁ ।