Odia News Portal

‘କାଳିଆ’ ଟଙ୍କା ଆଦାୟ ସ୍ଥଗିତ

ଭୁବନେଶ୍ୱର : ‘କାଳିଆ’ ଟଙ୍କା ଆଦାୟ ସ୍ଥଗିତ । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ‘କାଳିଆ’ ଟଙ୍କା ଆଦାୟ ସ୍ଥଗିତ । କାଳିଆ ଟଙ୍କା ଫେରାଇନେବା ଉପରେ କଟକଣା ଲାଗିଲା । କରୋନା ପାଇଁ ଟଙ୍କା ଆଦାୟ ସ୍ଥଗିତ ରଖିଲେ ରାଜ୍ୟ ସରକାର । କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶାନାମା ଦିଆଯାଇଛି ।

ଏନେଇ ସବୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଚିଠି ଲେଖିଛି କୃଷି ବିଭାଗ । କାଳିଆ ଟଙ୍କା ଫେରାଇବା ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । କରୋନା ପରିସ୍ଥିତି ଓ ଖରିଫ ଫସଲକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ୧ ଲକ୍ଷ ୬ ହଜାର ଚାଷୀଙ୍କ ଆଦାୟ ପାଇଁ ଥିଲା ନୋଟିସ୍ ।