ସୋନିପତ୍ : ଦେହ ବେପାର କରିବାକୁ ଭାଇ ବୋହୂକୁ ବାଧ୍ୟ କରାଉଥିଲା ଦେଢଶୁର। ଭାଇ-ବୋହୂ ନମାନିବାରୁ ରାସ୍ତା ଉପରେ ଛୁରି ଭୂଷି ଅତି ନିର୍ମମ ଭାବରେ ହତ୍ୟାକଲେ ଦେଢଶୂର। ଏଭଳି ଏକ ଘଟଣା ପାନିପତ ତହସିଲ କ୍ୟାମ୍ପ ଅନ୍ତର୍ଗତ ଫତେହପୁରୀ ଛକରେ ରବିବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି। ଯେତେବେଳେ ଜଣେ ବ୍ୟକ୍ତି ଛୁରୀରେ ବିଚ୍ ରାସ୍ତାରେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ। ମୃତ ମହିଳା ଜଣଙ୍କର ନାଁ ହେଉଛି କବିତା।
କବିତାଙ୍କୁ ଯେତେବେଳେ ତାଙ୍କ ଦେଢଶୁର ଛୁରି ଭୂଷି ହତ୍ୟା କରୁଥିଲେ ସେଠାରେ ଅନେକ ଲୋକ ଥିଲେ, କିନ୍ତୁ କେହି ରକ୍ଷା କରିବାକୁ ଆସିନଥିଲେ। ଏହା ଭିତରେ ସେ ବାଟଦେଇ ଯାଉଥିବା ଜଣେ ବ୍ୟକ୍ତି ଆହତ ମହିଳା ଜଣକୁ ନିଜର ମୋଟରସାଇକେଲରେ ବସାଇ ସିଭିଲ ହସ୍ପିଟାଲରେ ପହଁଞ୍ଚାଇଥିଲେ, ଯେଉଁଠି ଯାଞ୍ଚ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଜଣାପଡିଥିଲା ଯେ, ମୃତକ ମହିଳାଙ୍କ ଦେଢଶୁର ତାଙ୍କୁ ହତ୍ୟା କରିଛନ୍ତି।
ଅଭିଯୁକ୍ତର ସ୍ତ୍ରୀ ପ୍ରିୟାଙ୍କର କହିବା ଅନୁସାରେ, ସେ ନିଜର ସାନ ଯାଙ୍କ ସହିତ ଶାଶୁଘରଠାରୁ ଅଲଗା ରହୁଥିଲେ। କାରଣ ଦୁହିଁଙ୍କର ସ୍ବାମୀ ଝିଅଙ୍କର ସପ୍ଲାଇ କରିବାର ଧନ୍ଦା କରନ୍ତି ଓ ତାଙ୍କୁ ମଧ୍ୟ ଏହି ଧନ୍ଦାରେ ନେବାକୁ ଚାପ ପକାଉଥିଲେ। ପ୍ରିୟା କହିଛନ୍ତି, ତାଙ୍କର ଶାଶୁଘରର ସମସ୍ତ ଲୋକ ଏହି କାମ କରୁଛନ୍ତି। ପ୍ରିୟା ଓ କବିତା ଦୁହେଁ ଏହି କାମ କରିବାକୁ ଚାହାନ୍ତି ନାହିଁ, ତେଣୁ ଦୁହେଁ ଅଲଗା ଘର ନେଇ ରହିବା ଆରମ୍ଭ କରିଥିଲେ। ମୃତକ ମହିଳାଙ୍କ ଦେଢଶୁର ଭଗତକୁ ଲୋକମାନେ ଧରି ପୋଲିସ ଜିମାରେ ଦେଇଥିଲେ।
ପ୍ରିୟା ଆଗକୁ କହିଛନ୍ତି ସେ ତାଙ୍କର ସାନ ଯା ସହିତ ପିଲାଙ୍କ ପାଇଁ ଔଷଧ ନେବାକୁ ବଜାର ଯାଇଥିଲେ। ରାସ୍ତାରେ ଏକ ଠେଲାରେ ଖାଇବାକୁ ଠିଆ ହୋଇଥିଲେ। ଏହି ସମୟରେ କବିତାଙ୍କ ଦେଢଶୁର ଓ ତାଙ୍କର ସ୍ବାମୀ କବିତାଙ୍କ ଉପରେ ମାରଣାନ୍ତକ ଆକ୍ରମଣ ହୋଇଥିଲା।
ପ୍ରିୟା କହିଛନ୍ତି, ମୋର ସ୍ବାମୀ ଓ ମୋର ସାନ ଯା ଉପରେ ଆକ୍ରମଣ କରିଥିଲେ। ସେ ଛୁରୀରେ ଆକ୍ରମଣ କରିଥିଲେ। ସେ ଆମର ପଛରେ ଆସିଥିଲେ, ସେତେବେଳେ ମୁଁ ୧୦୦ ନମ୍ବରରେ ଫୋନ୍ କରି ପୋଲିସକୁ କହିଥିଲି, ଆମ ପଛରେ କିଛି ଗୁଣ୍ଡା ପଡିଛନ୍ତି। ମୋର ସ୍ବାମୀଙ୍କ ନାଁ ଭଗତ, ଯିଏକି ଆମ ଦ୍ବାରା ଖରାପ ଧନ୍ଦାରେ କାମ କରିବାକୁ ଚାହୁଁଛନ୍ତି, ଯାହା କାରଣରୁ ଆମେ ଅଲଗା ରହିଥିଲୁ। ଆମେ ଦୁହେଁ ଏକାଠି ରହୁଥିଲୁ। ଯାଞ୍ଚ ଅଧିକାରୀ ବିରେନ୍ଦ୍ର କହିଛନ୍ତି, ଆମକୁ ସୂଚନା ମିଳିଥିଲା ଯେ ଫତେହପୁରୀ ଛକରେ ଜଣେ ମହିଳାଙ୍କୁ ଛୁରୀ ଭୁଷି ଦିଆଯାଇଥିଲା। ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଥିଲେ।