Odia News Portal

ଆଜି କଟକ ସହରରୁ ୭୩ ପଜିଟିଭ

କଟକ: ଆଜି କଟକ ସହରରୁ ୭୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେବେକି ଗତ ୨୪ ଘଣ୍ଟା ଭିତରେ ୨ ଜଣଙ୍କ ରିପୋର୍ଟ ଆସିଥିବା ଜଣାଯାଇଛି । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି ।

ଏମଧ୍ୟରୁ ୯୧୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୮୭୦ ଟି ଆକ୍ଟିଭ କେଶ ରହିଛି । ଯେବେକି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଆଜିର ଚିହ୍ନଟଙ୍କ ମଧ୍ୟରୁ ୪୩ ଜଣ କଣ୍ଟନମେଣ୍ଟ ଜୋନ୍ରୁ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ପୂର୍ବରୁ ହୋମ କ୍ଵାରେଣ୍ଟାଇନରେ ଥିବା ଜଣାଯାଇଛି । ୧୩ ଜଣ ପୂର୍ବରୁ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୫ ଜଣ ସ୍ଥାନୀୟ ବାସିନ୍ଦା ଥିବା ଜଣାଯାଇଛି ।