ଭୁବନେଶ୍ଵର : ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୧୭ ଶହ ୮୫ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୦୪ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୨୬୩, କଟକରୁ ୧୨୬, କେନ୍ଦୁଝରରୁ ୧୦୧, ମାଲକାନଗିରିରୁ ୯୧ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି କନ୍ଧମାଳ ଜିଲ୍ଲାରୁ ୮୪, ରାୟଗଡ଼ାରୁ ୮୧, ଗଜପତିରୁ ୮୦ଜଣଙ୍କୁ ମିଶାଇ ଆଜି ହସ୍ପିଟାଲରୁ ଡାସଚାର୍ଜ ହୋଇଛନ୍ତି ୨୮ ଜିଲ୍ଲାର କରୋନା ଆକ୍ରାନ୍ତ ସୁସ୍ଥ । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୪ ହଜାର ୮୦୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ମୋଟ୍ ୭୧ ପ୍ରତିଶତ ଭୂତାଣୁ ସଂକ୍ରମିତ ।