Odia News Portal

ଏ ତରଫା ପ୍ରେମ କରି ଛାତ୍ରୀଙ୍କୁ ହଇରାଣ ଘଟଣା : ଥାନାରେ ଛାତ୍ରୀ

ସାଲେପୁର : ଏକ ତାରଫା ପ୍ରେମ କରିବା ସହ ଯୁବତୀଙ୍କୁ ହଇରାଣ କରିବା ଘଟଣା, ଥାନାରେ ଅଭିଯୋଗ କଲେ ବିଏସ୍‌ସି ପାସ କରିଥିବା ଛାତ୍ରୀ । ଛାତ୍ରୀ ଜଣଙ୍କ ହେଲେ କଟକ ଜିଲ୍ଲା ସାଲେପୁର ଥାନା ଜିଗ୍ନିପୁର ଛୁଆଳିଆ ଗ୍ରାମର । ଏକ ତରଫା ପ୍ରେମ କରୁଥିବା ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଅଚ୍ୟୁତାନନ୍ଦ ସାହୁଙ୍କ ପୁଅ ପ୍ରଶାନ୍ତ କୁମାର ସାହୁ ଓରଫ ନାଥିଆ।

ଛାତ୍ରୀ ଜଣଙ୍କ ତାଙ୍କ ପଡ଼ୋଶୀ ଘର ପ୍ରବୋଧ କୁମାର ମହାନ୍ତି ଙ୍କ ପୁଅକୁ ପାଠ ପଢ଼ାଇବା ପାଇଁ ଯିବା ଆସିବାବେଳେ ଅଶ୍ଳୀଳ ଭାଷା କହିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ । ପରେହ ଏସିଡ଼ ପକାଇ ଜୀବନରୁ ମାରିଦେବାପାଇଁ ଧମକ ଦେଇଆସୁଅଛି। ଏନେଇ ଛାତ୍ରୀଙ୍କ ପରିବାର ଲୋକ ଏବଂ ସେ ଭୟରେ ରହିଥିବା କଥା ପ୍ରକାଶ କରିଛନ୍ତି । ଛାତ୍ରୀ ଜଣଙ୍କ ସମ୍ପୃକ୍ତ ଅସାମାଜିକ ଯୁବକ ନାମରେ ସାଲେପୁର ଥାନାରେ ଅଭିଯୋଗ କରିବା ସହ ନିଜ ପାଇଁ ସୁରକ୍ଷା ମାଗିଛନ୍ତି ।