Odia News Portal

ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ଗିରଫ, ବନ୍ଧୁକ ସହ ୪ଟି ଅଫୁଟା ଗୁଳି ଜବତ

ଖୋର୍ଦ୍ଧା: ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ନାୟକକୁ ଗିରଫ କରିଛି ଜଟଣୀ ଥାନା ପୋଲିସ। ଜଟଣୀ ବାଛେରା ଗ୍ରାମରେ ଆଇଆଇସି ଚଢ଼ାଉ କରି ଅଜୟକୁ ଗିରଫ କରିଥିବା ସୂଚନା ମିଳିଛି ।

ତା ନିକଟରୁ ଗୋଟିଏ ବନ୍ଧୁକ ଓ ଚାରିଗୋଟି ଜୀବନ୍ତ ଗୁଳି ଜବତ କରିଛି ପୋଲିସ। ଅଜୟ ନାମରେ ଜଟଣୀ ବ୍ୟତିତ ଆଖପାଖ ଥାନାରେ ରହିଛି ହତ୍ଯା, ବଟି ଆଦାୟ ଓ ଡକାୟତି ଆଦି ଭଳି ଏକାଧିକ ମାମଲା।