ଭୁବନେଶ୍ୱର : ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ମଧ୍ୟମ ଭୁବନେଶ୍ୱର ବୁଦ୍ଧେଶ୍ୱରୀ କଲୋନୀ କମ୍ୟୁନିଟି ସେଣ୍ଟରରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଅଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମଧ୍ୟ ନିର୍ବାଚନ ମଣ୍ଡଳୀ ସଭାପତି ରବିନ୍ଦ୍ର ଛୋଟରାୟ, କ୍ଷୀରୋଦ ବେହେରା ଓ ଜୀବନ ବିନ୍ଦୁ ସଂଯୋଜକ ନବ କିଶୋର ବେହେରା, ପୂର୍ବତନ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର, ପୁଷ୍ପାଞ୍ଜଳି ସେଠି, ଅକ୍ଷୟ ବେହେରା, ରମାନାଥ ସାମନ୍ତରାୟ, ଜଣାଶୁଣା ସମାଜସେବୀ ବଦ୍ରି ନାରାୟଣ ମିଶ୍ର, ସମାଜସେବୀ ଅର୍ଜୁନ ବେହେରା, ଦିଗବିଜୟ ମହାପାତ୍ର ସ୍ଥାନୀୟ ଯୁବ ନେତା, ଛାତ୍ର ନେତା ଓ ବୁଦ୍ଧିଯିବି ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ରକ୍ତ ଦାନ ଶିବିରରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଆଗାମୀ ଦିନରେ ସମସ୍ତ ୱାର୍ଡ ସ୍ତରରେ ରକ୍ତଦାନ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରି ଅଧିକ ରକ୍ତ ସଂଗ୍ରହ କରିବାକୁ ଲକ୍ଷ ରଖିଥିବା କହିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟ ଅନନ୍ତ ନାରାୟଣ ଜେନା ।