Odia News Portal

ଆଜି ପୁଣି ୧୭୦ ଜଣ ଭୁବନେଶ୍ଵରରୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱରରୁ ଆଜି ଆଉ ୧୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦିଆଯାଇଛି । ତେବେ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୯୨ଜଣ ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୮ଜଣ ଲୋକାଲ କେସ ବୋଲି ଜଣାପଡ଼ିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜଧାନୀରେ ୫୨୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ବି ଆହୁରି ୧୮୨୩ଟି ଆକ୍ଟିଭ କେସ ରହିଛି ।

ଏଥିସହିତ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରରେ ୨୫ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହାସହିତ ଭୁବନେଶ୍ୱରରୁ ୧୮୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଚିକିତ୍ସା ପରେ ସମସ୍ତଙ୍କ ସ୍ୱାବ ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ପାଇଁ ପଠାଯାଇଥିଲା। ୧୮୪ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା ।

ନୂଆ ସୁସ୍ଥକୁ ମିଶାଇ ଭୁବନେଶ୍ଵରରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୪୩୫ଜଣ ଆରୋଗ୍ୟ ଲାଭ କରି ସାରିଲେଣି । ଆଜି ରାଜ୍ୟରେ ସର୍ବାଧିକ ୨୯୨୪  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।