Odia News Portal

ପାଟରା ପରିବାର ପକ୍ଷରୁ ଶୁଖିଲା ଖାଦ୍ୟ ବନ

ଚଣ୍ଡିଖୋଲ : ଯାଜପୁର ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଟାନ ପାଟରା ପରିବାର ଆମେ ସବୁ ପାଟରା ସଂଗଠନ ପକ୍ଷରୁ ଗରୀବ, ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବନ କରାଯାଇଛି । ପବିତ୍ର ସ୍ୱାଧିନତା ଦିବସ ଅବସରରେ ସ୍ଥାନୀୟ ସାଲିଆ ପତରି ବସ୍ତିରେ ଲୋକମାନଙ୍କୁ ଚୁଡ଼ା, ଚିନି, ଚାଉଳ, ବିସ୍କୁଟ,ଆଳୁ , ପିଆଜ, ସାବୁନ, ଷାଢି, ଲୁଙ୍ଗି, ଗାମୁଛା, ମାକ୍ସ,ସାନିଟାଇଜର ସମେତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବନ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ କରୋନା ଆଇନକୁ ମାନି ସାମାଜିକ ଦୁରତା ରକ୍ଷା ପୁର୍ବକ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏଥିରେ ସଭାପତି ପ୍ରଦୀପ୍ତ କୁମାର ସେଣ୍ଢ, ସମ୍ପାଦକ ବିଜୟ କୁମାର ସାହୁ, ଉପ ସଭାପତି ରୁପେଶ ପାତ୍ର, ସତ୍ୟ ରଂଜନ ସାହୁ, ଅବିନାଶ ସାହୁ, ତ୍ରିନାଥ ନାଏକ, ବିଶ୍ୱଜିତ ମହାଲା ସମେତ ଅନ୍ୟ ସଭ୍ୟମାନେ ଉପସ୍ଥିତ ରହି ଲୋକମାନଙ୍କ ଭିତରେ କୋଭିଡ଼ ସମ୍ବନ୍ଧରେ ସଚେତନ କରାଇଥିଲେ ।