Odia News Portal

ଅନଲାଇନ ସାଇ ସଂଗୀତ ପ୍ରତିଯୋଗିତା

ଭୁବନେଶ୍ୱର : କେରାନା ମହାମାରୀ ସମୟରେ ସ୍କୁଲ କେଲଜ ବନ୍ଦ ଥିବାବେଳେ ପିଲାମାନେ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି । ଏଭଳି ପରିସ୍ଥିତିରେ ପିଲାମାନଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ଓ ବେବି ବିଙ୍ଗୋ ପ୍ରି ସ୍କୁଲ ଦ୍ୱାରା ଏକ ଜାତୀୟସ୍ତରୀୟ ଅନଲାଇନ ସାଇ ସଂଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ରାଜ୍ୟ ଗୃହ, ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ବିଶିଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ରାଜ୍ୟ ଯୁବକଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ କୁମାର ନାୟକ ଓ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍‌ଟି ଡ. ରୁଧି ସୁନ୍ଦର ମହାନ୍ତିଙ୍କ ଉପସ୍ଥିତିରେ କରୋନା କଟକଣାର ନିୟମକୁ ମାନି ସ୍ଥାନୀୟ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଅବସରରେ ଟ୍ରଷ୍ଟ ଏବଂ ସ୍କୁଲର ସଦସ୍ୟ ଡ. ଟୁନା ସାହୁ, ଅମିତାଭ ସାହୁ ଓ ଜ୍ଞାନବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରତିଯୋଗିତାରେ ବାଙ୍ଗାଲୋରରୁ ପ୍ରତୀକ୍ଷା ପ୍ରତିହାରୀ, ରାଉରକେଲାରୁ ମର୍ମସ୍ପର୍ଶୀ ଦାସ, କେନ୍ଦୁଝରରୁ ଓମ ଶକ୍ତିଜା, ପାରଳାକ୍ଷେମୁଣ୍ଡିରୁ ଆଶୁତୋଷ ମିଶ୍ର, ସାଲେପୁରରୁ ସୁଶ୍ରୀ ସମ୍ବିତା ସାହୁ, ପଟ୍ଟାମୁଣ୍ଡାଇରୁ ବର୍ଷାରାଣୀ ଦାସ ଓ ଜିଜ୍ଞାସା
ଦାସ, ସମ୍ବଲପୁରରୁ ଶ୍ରେୟାଶ୍ରୀ ସାହୁ, କଟକରୁ ନିର୍ବିଶେଷ ସାହୁ ଓ ଅଙ୍କିତା ପଣ୍ଡା, ଭୁବନେଶ୍ୱରରୁ ଦିବ୍ୟାଂଶୁ ଶେଖର ସାହୁ,
ସିଦ୍ଧିସ୍ନା ବିନ୍ଧାଣି, ଦିବ୍ୟାସା ପଟ୍ଟନାୟକ ଓ ଗାୟତ୍ରୀ ଦାସ ବିଜୟୀ ହୋଇଛନ୍ତି ।